ସୁନ୍ଦରଗଡ଼ ତା:୧୧/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀ ବିଜେଡିର ଯୋଗଦେବା ନେଇ ଆଜି ସବଡେଗା ବ୍ଲକ କଂଗ୍ରେସ ସଭାପତି ନେତୃତ୍ୱରେ ସବଡେଗା ବ୍ଲକ ସହିତ ଲେଫ୍ରିପଡା, ବଡ଼ ଗାଁ,ବାଲିସଙ୍କରା ବ୍ଲକର ସଭାପତି ମିଳିତ ଭାବରେ ସବଡେଗା ବ୍ଲକ କଂଗ୍ରେସ ସଭା ଗୃହରୁ ସବଡେଗା ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ପର୍ଯାୟ କ୍ରମେ ସବଡେଗା ବ୍ଲକ କଂଗ୍ରେସ ସଭାପତି ସମସ୍ତ କାର୍ଯ୍ୟ ବିଷୟରେ ଜନସଧାରଣଙ୍କୁ ଅବଗତ କରାଇଥିଲେ । କିପରି ଭାବରେ ତଲସରା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସ୍ୱର୍ଗତ ଗଜାଧର ମାଝୀଙ୍କ ଅମଳରୁ କଂଗ୍ରେସ ପାଟିର ମର୍ଜାଦା ରହି ଆସିଥିଲା ଓ ତାଙ୍କ ପରେ ଡକ୍ଟର ପ୍ରଫୁଲ ମାଝୀଙ୍କ ନେତୃତ୍ୱରେ ଏହା କର୍ମସ କାର୍ଯ୍ୟରତ ଥିଲା ।ମାତ୍ର ଏବେ ଶ୍ରୀଯୁକ୍ତ ମାଝୀଙ୍କ ପାଟି ପରିବର୍ତ୍ତନ ତଥା କଂଗ୍ରେସ ପାଟି ଉପରେ ଆକ୍ଷେପ କରିବାକୁ ବିଶେଷ ଭାବରେ ସବଡେଗା କଂଗ୍ରେସ ବ୍ଲକ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ନାଏକ ନିନ୍ଦା କରିଛନ୍ତି ଓ
ଏଥିରେ ପାଟିର କୌଣସି କ୍ଷତି ନ ହେବା ସହିତ ଆଗାମୀ ଦିନରେ କଂଗ୍ରେସ ପାଟି ଆହୁରି ଦୃଢ଼ତାର ସହିତ ଲଢ଼ି ଜିତି ନିଜ ହାତକୁ ଟାଣ କରିବ ବୋଲି ସୂଚନା ଦେଇଛନ୍ତି । ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଝୀ ପାଟି ପରିଵର୍ତନ କରି ନିଜ ମୁହଁରେ କଲା ବୋଲିହେବା ସହିତ ସ୍ୱର୍ଗତ ଗଜାଧର ମାଝୀ କରିଥିବା ଅନେକ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆକ୍ଷେପ କରିଥିବାର ଜନସାଧାରଣରେ ଚର୍ଚ୍ଚା ହେଉଛି । ଏହାକୁ ସବଡେଗା ବ୍ଲକ
ସଭାପତି ଵିଶେଷ ଭାବରେ ଅପରାଧ ବୋଲି ନିନ୍ଦା କରିଛନ୍ତି ।
ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ ମାଝୀ, ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ପ୍ରତିକ୍ରିୟା
|
December 11, 2021 |



