ତଲସରା ଛକରେ ତଳସରା ପଞ୍ଚାୟତ ପକ୍ଷରୁ ବିଶୁଦ୍ଧ ଜଳ ବ୍ୟବସ୍ଥା ଶୁଭାରମ୍ଭ

Spread the love

ସୁନ୍ଦରଗଡ଼ ତା 0୨-୧0-୨0୨୫ରିଖ (ସନ୍ଧାନ ନ୍ୟୁଜ) ବିଗତ ଅନେକ ସମୟ ଧରି ତଳସରା ବସଷ୍ଟାଣ୍ଡ ରେ ଲାଗିଥିବା ପାଣିର ବ୍ୟବସ୍ଥା ସନ୍ଧାନ ନ୍ୟୁଜ ରେ ପ୍ରକାଶିତ ହେବା ପରେ ପ୍ରଶାସନ ଗତିଶୀଳ ହେବା ଦେଖିବାକୁ ମିଳିଛି ।ବାଲିଶଙ୍କରା ବ୍ଲକ ତଲସରା ଛକ ଠାରେ ବିଜୟା ଦଶମୀ ତଥା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ତଲସରା ପଞ୍ଚାୟତ ପକ୍ଷରୁ ବିଶୁଦ୍ଧ ପାଣି ର ବ୍ୟବସ୍ଥା ଉଦଘାଟନ ହୋଇ ଯାଇଛି l କାର୍ଯ୍ୟକ୍ରମ ରେ ତଲସରା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଯୁକ୍ତ ଦିବ୍ୟ ଜ୍ୟୋତି ଦାସ ତଥା ପଞ୍ଚାୟତ ର ଗାଁ ସାଥି, ୱାର୍ଡ ମେମ୍ବର ଓ ଗ୍ରାମ ର ଭଦ୍ର ମଣ୍ଡଳୀ ଙ୍କ ଉପସ୍ଥିତି ରେ ଉକ୍ତ ଉଦଘାଟନ ହୋଇଥିଲା l ସୀମାନ୍ତ ଝାରଖଣ୍ଡ, ଛତିଶଗଡ ଓ ଓଡିଶା ର ମୁଖ୍ୟ ଛକ ତଲସରା ଥିବା ବେଳେ ପ୍ରତିଦିନ ଏହି ଛକ କୁ ଶହ ଶହ ଯାତ୍ରୀ ନାନା କାର୍ଯ୍ୟ କୁ ନେଇ ଆସିଥାନ୍ତି l ଏଠାରେ ଏପରି ଜନ ସମାଗମ ହେଉଥିବା ବେଳେ ପିଇବା ପାଇଁ ବିଶୁଦ୍ଧ ପାଣି ର ଅଭାବ ଥିଲା l ଖରା ଦିନେ ଲୋକଙ୍କୁ ଏହି ଛକ ରେ ପାଣି ଟୋପାଏ ମଧ୍ୟ ମିଳିବା କଷ୍ଟ କର ଥିଲା l ଆଜି ଏଠାରେ ବିଶୁଦ୍ଧ ପାଣି ର ବ୍ୟବସ୍ଥା କୁ ତଲସରା ପଞ୍ଚାୟତ ପକ୍ଷରୁ ଉଦଘାଟନ କରି ସମସ୍ତ ଙ୍କ ମନ ମୋହି ନେଇଥିବା ଜନ ମହଲ ର ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ଏପରି ମହତ କାର୍ଯ୍ୟ କରି ଥିବା ନେଇ ସନ୍ଧାନ ନ୍ୟୁଜ ଓ ଆମ ଐତିହ୍ୟ ତତ୍ପରତା ଦେଖାଇଥିବା ଯୋଗୁଁ ଅଞ୍ଚଳ ରେ ସାଧୁବାଦ ହେଉଛି ।

Related Posts

About The Author

Add Comment