ନୀଳଗିରି, 10.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିଦା ପଞ୍ଚାୟତର ପ୍ରହଲ୍ଲାଦ ନୋଡାଲ ସ୍କୁଲରେ ପୋକରା ଚାଉଳ ଛାତ୍ରଛାତ୍ରୀଙ୍କୁ ଦେଇ ବିବାଦରେ ଛନ୍ଦି ହୋଇ ପଡିଥିଲେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ। ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲେ ମଧ୍ୟ ତଦନ୍ତରେ ଶିଥିଳତା ପଡିଥିଲା। ବିଳମ୍ବରେ ହେଲେ ମଧ୍ୟ ନୀଳଗିରି ବିଇଓଙ୍କ ନିର୍ଦେଶରେ ତଦନ୍ତ ହୋଇ ରିପୋର୍ଟ ଦାଖଲ କରିଥିଲେ। ବିଡମ୍ବନାର କଥା ଦୃଢ କାର୍ଯ୍ୟନୁଷ୍ଠାନ ହେବାର ତ ଦୂରର କଥା ପ୍ରଧାନ ଶିକ୍ଷକ ଜଣକ କାରଣ ଦର୍ଶାଅ ନୋଟିସରେ ଭୁଲ ସ୍ୱୀକାର କରି ଥିଲେ ମଧ୍ୟ ବିଇଓ ଜଣକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଛନ୍ତି। ଏଭଳି ଘଟଣା ଜଣାଯିବା ପରେ ବିଇଓଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଗତ ଜାନୁଆରୀ ମାସ ୭ ତାରିଖ ଦିନ ନୀଳଗିରି ବ୍ଲକ ଅଧିନ ଜଡିଦା ପଞ୍ଚାୟତ ପ୍ରହଲ୍ଲାଦ ନୋଡାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଦିଆଯାଇଥିଲା। ହେଲେ ଚାଉଳ ଗୁଡିକ ପୋକ ସାଲୁବାଲୁ ହୋଇଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁ ଥିବା ଜଣାପଡିଥିଲା। କାର୍ଯ୍ୟରତ ପ୍ରଧାନ ଶିକ୍ଷକ ପୋକ ଚାଉଳ ଜାଣି ସୁଦ୍ଧା ନିରବ ରହିଥିଲେ। ଏହି ଖବର ଅଭିଭାବକଙ୍କ କାନକୁ ଯିବା ପରେ ଘଟଣା ଧିରେ ଧିରେ ସାମ୍ନାକୁ ଆସିଥିଲା। ପରେ ଗଣ ମାଧ୍ୟମ ଘଟଣାର ଖୋଳତାଡ଼ ପରେ ମାଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା ୧୮୧ ଟି ସ୍କୁଲ ମଧ୍ୟରୁ ମାତ୍ର ୧୩ଟି ସ୍କୁଲରେ ଦିଆଯାଇଥିବା ବେଳେ ବାକି ସ୍କୁଲରେ ଦିଆଯାଇନଥିବା ଜଣାପଡିଥିଲା। ଏଭଳି ପୋକରା ଚାଉଳ ଦେବା ଘଟଣାକୁ ନେଇ ଅଂଚଳରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଚାପିବାକୁ ଯଥା ସମ୍ଭବ ଚେଷ୍ଟା କରିଥିବା ଅଭିଯୋଗ ଉଠିଛି। ନୀଳଗିରି ବିଇଓ ଶମ୍ଭୁନାଥ ଗୋଛାୟତ ଏବିଓ ରବିନ୍ଦ୍ର ପରିଡା, ବିଆରସି ଯୋଗେନ୍ଦ୍ର ସେଠୀ ସ୍କୁଲ ଯାଇ ଘଟଣା ସମ୍ପର୍କରେ ବୁଝି ସତ୍ୟତା ଥିବା ଜାଣିବାକୁ ପାଇଥିଲେ। ସେପଟେ ଘଟଣାର ତଦନ୍ତ ଆରମ୍ଭ ହେବା ପରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଥିଲା। ବିଇଓ ଶମ୍ଭୁନାଥ ଗୋଛାୟତ ଏବିଓ ,ବିଆରସିସି ଓ ଏମଡିଏମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଥିବା ବେଳେ ତିନିଜଣ ଅଧିକାରୀ ସ୍କୁଲ ଯାଇ ତଦନ୍ତ କରି ରିପୋର୍ଟ ବିଇଓଙ୍କୁ ଦେଇଥିବା ଜଣାପଡିଛି। ତେବେ ରିପୋର୍ଟରେ ପୋକରା ଚାଉଳ ଦିଆଯାଇଥିବାର ସତ୍ୟତା ଥିବା ଜାଣି ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ଦୀର୍ଘଦିନ ବିତିଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ରେ ଶିଥିଳତା ପଡିଥିବା ଜଣାପଡିଛି। ତେବେ ଘଟଣାକୁ ନେଇ ବିଇଓ ଙ୍କୁ ପଚାରିବା ପରେ ସେ ଘଟଣାରେ କଣ ଆଉ କାର୍ଯ୍ୟାନୁଷ୍ଠାନ ନେବି ପ୍ରଧାନ ଶିକ୍ଷକ ଜଣକ କାରଣ ଦର୍ଶାଅ ନୋଟିସର ପ୍ରତି ଉତ୍ତରରେ ଘଟଣା ସ୍ୱୀକାର କରି ଭୁଲ ମାଗିଛନ୍ତି।