ଢିଙ୍କିଆରେ ଏଥର ହେବନି ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନ

Spread the love
ଭୁବନେଶ୍ୱର, ୨୬/୦୧/୨୦୧୨ (ସନ୍ଧାନ ନିଉଜ) ଢିଙ୍କିଆରେ ଏବେ ହେବନି ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନକୁ ବର୍ତ୍ତମାସ୍ପାଇଁ ସ୍ଥଗିତ ରଖାଯାଇଛି । ଆସନ୍ତା ବର୍ଷ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।  ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ୫ଟି ପର‌୍ୟ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ତେବେ ମତଦାନ ପୂର୍ବରୁ ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ଥାନୀୟ ମତଦାତାଙ୍କ ଦ୍ବାରା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର, ୧୨୬ ଜଣ ସରପଞ୍ଚ, ୩୨୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Related Posts

About The Author

Add Comment