ଡ. ମିହିର କୁମାର ପଣ୍ଡା ଅନନ୍ୟ ପ୍ରତିଭା ଭାବେ ଜାତୀୟ ପୁରସ୍କାର ବିଜେତା ହୋଇଛନ୍ତି

Spread the love

ବାହାନଗା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):- ବିଜ୍ଞାନକୁ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତରେ ୬ ଜଣ ବ୍ୟକ୍ତି ବିଶେଷଙ୍କୁ ସର୍ବଭାରତୀୟ  ସ୍ତରରେ ପୁରସ୍କୃତ କରାଯାଉଛି । ତନ୍ମଧ୍ୟରୁ ଓଡ଼ିଶାର ବାଲେଶ୍ଵର ଜିଲା ବାହାନଗା ବ୍ଲକର ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଅନନ୍ୟ ପ୍ରତିଭା ଭାବେ ଜାତୀୟ ପୁରସ୍କାର ବିଜେତା ହୋଇଛନ୍ତି । ପ୍ରକାଶ ଥାଉକି, ଡ. ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ପାଇଁ ୧୦ ହଜାରରୁ ଅଧିକ ପ୍ରକଳ୍ପ ଉଭାବନ କରିସାରିଛନ୍ତି । ଏନେଇ ପୂର୍ବରୁ ୨୩ଟି ବିଶ୍ଵ ରେକର୍ଡ଼ ପୁରସ୍କାର ବିଜେତା ପରେ ଲିମିକା ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବର୍ତ୍ତମାନ ଜାତୀୟ ପୁରସ୍କାର-୨୦୨୦ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୩୧ ମଧ୍ୟରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ଶତାଧିକ ବୈଜ୍ଞାନିକ, ବିଭିନ୍ନ ସଂସ୍ଥା, ଜ୍ଞାନୀଗୁଣୀମାନେ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଆବେଦନ କରିଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ସଂସ୍ଥା ଦିଲ୍ଲୀ ଦ୍ବାରା ଉକ୍ତ ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଥିଲା । ପ୍ରଫେସର ସୂର୍ଯ୍ୟମଣି ବେହେରା ଡ. ମିହିର କୁମାର ପଣ୍ଡାଙ୍କ ବିଭିନ୍ନ ଉଭାବନର ପରିସ୍କୁଟ କରିବା ଲକ୍ଷ୍ୟ ନେଇ ଜାତୀୟ ପୁରସ୍କାର ଚୟନ କମିଟିରେ ଆବେଦନ କରିଥିଲେ । ବିଭିନ୍ନ ୬ ଜାତୀୟ ପୁରସ୍କାର ପାଇବା  ପାଇଁ ୪ ଜଣ ବ୍ୟକ୍ତି ଯୋଗ୍ୟ ବିବେଚିତ  ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ଓଡ଼ିଶାର ଡ ମିହିର କୁମାର ପଣ୍ଡା ଉକ୍ତ କର ସଫଳତା ହାସଲ କରିଛନ୍ତି । ଡ. ମିହିର କୁମାର ପଣ୍ଡା ଦୀର୍ଘ ୩୩ ବର୍ଷ ଧରି ଉଭାବନ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରାଇବା ତଥା ସୃଜନଶୀଳତା ସୃଷ୍ଟି କରିବାରେ ୧୦ ହଜାରରୁ ଅଧୁକ ପ୍ରକଳ୍ପ ତିଆରି କରି ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରିଆସୁଛନ୍ତି । ଆସନ୍ତା ଫେବୃୟାରୀ ୨୮ ତାରିଖ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏକ ବଣ୍ଡାଜ୍ୟ ପରିବେଶରେ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ବିଜ୍ଞାନ ଓ କାରିଗର ମନ୍ତ୍ରୀଙ୍କ ଦ୍ବାରା ଭଚୁଆଲ ଉତ୍ସବରେ ଜାତୀୟ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରକାଶ ଥାଉକି କରୋନା କଟକଣା ପାଇଁ ଜାତୀୟ ପୁରସ୍କାର ପାଉଥିବା ଯୋଗ୍ୟ ବ୍ୟକ୍ତିମାନେ ଦିଲ୍ଲୀରେ ଉପସ୍ଥିତ ନ ରହିବା ପାଇଁ ବାରଣ କରାଯାଇଛି । ତେବେ ଜାତୀୟ ପୁରସ୍କାରପ୍ରାପ୍ତ ଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ନଗଦ ୨ ଲକ୍ଷ ଟଙ୍କା, ରୌପ୍ୟ ସ୍ମତି ଫଳକ, ପ୍ରଶସ୍ତିପତ୍ର ଆଦି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଜାତୀୟ ପୁରସ୍କାର-୨୦୨୦ ବିଜେତା ହୋଇଥିବା ଡ. ପଣ୍ଡା କହନ୍ତି ମୋ ସାଧନାର ସ୍ବୀକୃତି ସ୍ଵରୂପ ଜାତୀୟ ପୁରସ୍କାର ବିଜେତା ହୋଇ ବେଶ ଉତଫୁଲିତ ଅଛି । ତେବେ ପୁରସ୍କାରରେ ଦିଆଯାଉଥିବା ଅର୍ଥ ରାଶି ମୋ ସାଧନାକୁ ଆହୁରୀ ଅଗ୍ରଗାମୀ ତଥା ଛାତ୍ରଛାତ୍ରୀଙ୍କର ଉନ୍ନତି ପାଇଁ ପଥ ପ୍ରଦର୍ଶକ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

Related Posts

About The Author

Add Comment