ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆର ଡବ୍ଲୁଏସଏସ କାର୍ଯାଳୟରେ ଜଳମୟ

Spread the love

ସୁନ୍ଦରଗଡ ତା:୧୧/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସରକାରଙ୍କ ଯୋଜନା ଉପରେ ଯୋଜନାରେ ଚାଲିଛି ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟକଳାପ ।ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ବାଲିସଙ୍କରା ବ୍ଲକରେ । ଏହି କ୍ରମରେ ବ୍ଲକରେ ପ୍ରତ୍ୟେକ ଉନ୍ନତି ମୂଳକ
କାର୍ଯ୍ୟରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନ ରହି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ କରୁଥିବା କାରଣରୁ ଉପଯୁକ୍ତ କାର୍ଯ୍ୟରଉପରେ ପ୍ରଶ୍ନ ଉଠିଛି । ବ୍ଲକର ଆରଡବ୍ଲୁଏସଏସ ଅଫିସ ଭିତରେ ଆଣ୍ଠୁଏ ପାଣି ରହିଥିବା ସୂଚନା ମିଳିଛି ।
ତୁମଳିଆ ଗ୍ରାମପଞ୍ଚାୟତର ମନୋଜ ନାଥ କୌଣସି କାମରେ ବ୍ଲକ ଆସିଥିବା ବେଳେ ବିଡ଼ିଓ ଅନୁପସ୍ଥିତ ଥିଲେ । ତାପରେ ମନୋଜ ନାଥ ପିଡବ୍ଲୁ ଏସଏସ ଅଫିସ କୁ ଗଲାପରେ ଅଫିସ ଭିତରେ ଆଣ୍ଠୁଏ ପାଣି ଜମି ରହିଥିବା ସୂଚନା ଦେଇଛନ୍ତି । ବ୍ଲକର ପଂଚାୟତ ମାନଙ୍କରେ କେତେକ କାମ ଅଧପନତରିଆ ପଡିରହିଥିବା ଅଭିଯୋଗ ନେଇ ଯାଇଥିବା ଅବସ୍ଥାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ଲକରେ ଯଦି ଏ ପ୍ରକାର ଅବସ୍ଥା ରହିଛି ତାହେଲେ ପଞ୍ଚାୟୟର ସ୍ଥିତି କଣ ରହିବ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପଞ୍ଚାୟତମାଙ୍କରେ ନାହିଁ ନ ଥିବା ଅସୁବିଧା ଲୋକେ ଭୋଗୁଥିବା ଅବିଯୋଗ ଆସୁଛି । ପ୍ରତ୍ୟେକ ଠିକା କାର୍ଯ୍ୟରେ ସିମେଣ୍ଟ,ବାଲିର ବ୍ୟାପକ ମିଶ୍ରଣ କରାଯାଉଥିବା ହେତୁ ଓ ନିମ୍ନ ମାନର ଛଡ଼ ବ୍ୟବହାର କରାଯିବା ସହିତ ଢଳେଇ ସମୟରେ ଭାଇବ୍ରେଟ ମେସିନ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ଆସିଛି । ବ୍ଲକର ଆରଡବ୍ଲୁଏସଏସ ବିଭାଗରେ ଛାତରୁ ପାଣି ପଢ଼ଥିବା ସହିତ କାନ୍ଥରେ ଫାଟ ସୃଷ୍ଟି ହେଉଥିବା ଓ କାର୍ଯାଅଳୟରେ ପାଣି ଭର୍ତ୍ତି ରହିଥିବା ବେଳେ ଅନ୍ୟ କାର୍ଯ୍ୟ କିପରି ଅବସ୍ଥାରେ ଥିବ ତାହା ସହଜରେ ଅନୁମାନ କରାଯାଇପାରେ । ଏହାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Related Posts

About The Author

Add Comment