ଠିକା ଶ୍ରମିକଙ୍କୁ ମରଣାନ୍ତକ ଆକ୍ରମଣ

Spread the love

ରାଉରକେଲା, ୨୮/୧୦/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ମଡର୍ଣ୍ଣ ଇଣ୍ଡିଆର ଖଟାଲ ବସ୍ତିରେ  ରହୁଥିବା ଜଣେ ଠିକା ଶ୍ରମିକଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ତଦନ୍ତ ଜାରି ରଖିଛି । ପୁଲିସ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ ମଡର୍ଣ୍ଣ ଇଣ୍ଡିଆର ଖଟାଲ ବସ୍ତି ନିବାସୀ ୩୦ ବର୍ଷିୟ ବିଚକେ ଶର୍ମା ନିକଟରେ ରହୁଥିବା ତାଙ୍କ ବନ୍ଧୁ ବିନୋଦ କୈବର୍ତଙ୍କ ଘରକୁ ଏକ ଉତ୍ସବରେ ଯୋଗ ଦେବାକୁ ଯାଥିଲେ । ସେ ଘରକୁ ବିଳମ୍ବିତ ରାତ୍ରିରେ ଫେରୁଥିବା ସମୟରେ ହଠାତ କିଛି ଯୁବକ ତାଙ୍କ ସାମନାକୁ ଆସି ହଠାତ ଗାଳିଗୁଲଜ କରିବା ସହ ତାଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲେ । ଜୀବନବିକଳରେ ଶ୍ରୀ ଶର୍ମା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେହି ଦିନ ରାତିରେ ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆକ୍ରମଣକାରୀ ଯୁବକ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଶ୍ରୀ ଶର୍ମା ଚିହ୍ନିଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ । ପୁଲିସ ଗୁରୁତର ଭାବେ ଆହତ ହୋଇଥିବା ବିଚକେ ଶର୍ମାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଆରଜିଏଚ ପଠାଇଥିଲେ । ଦୁଇଦିନ ଆରଜିଏଚରେ ଚିକିସିତ ହେବା ପରେ ଶ୍ରୀ ଶର୍ମା ଘରକୁ ଫେରି ଆସିଥିବା ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Related Posts

About The Author

Add Comment