ଭଦ୍ରକ, ବନସ୍ଥାର ଲୁଗା ବ୍ୟବସ୍ଥାୟୀ ସମ୍ପୁକ୍ତ,
ଚଣ୍ଡିଖୋଲର ଦାସ କବାଡିବାଲା କେସର ମାଷ୍ଟରମାଇଣ୍ଡ,
ସ୍ଥାନୀୟ ଅଧିବାସୀ ସାମିଲ, ପ୍ରତିଦିନ ହେଉଛି ଲକ୍ଷାଧିକ ଲୁଟୁ,
ଲୁଟର ପେଣ୍ଠସ୍ଥଳ ଧାନମଣ୍ଡଳ, ବରୀଠେଙ୍ଗଡ, ବରୀ ରେଳ ଷ୍ଟେସନ
ଯାଜପୁର ୧୩/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟରେ ଚାରି ଡକାୟତି, ରାହାଜାନି ଲୁଟୁ ପାଟ ବଡୁଥିବା ବେଳେ ରାଜ୍ୟ ପୋଲିସ ଚିର ନିଦ୍ରା ଯାଇଥିବା ବେଳେ ରେଳ ବିଭାଗ ପୋଲିସ ବାହିନୀ ମଧ୍ୟ ଏକ ପ୍ରକାର କୋମ ସ୍ଥିତିରେ ରହିଛି । ଯାହା ପାଇଁ ରେଳ ଦ୍ୱାରା ପ୍ରତିଦିନ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି ହେଉଥିବା ବେଳେ ପୋଲିସ ଚୁପ ହୋଇ ବସି ରହୁଛି । ଏଭଳି ଭାବରେ ଏବେ ଟ୍ରେନ୍ରେ ଯାଉଥିବା ଲୁଗୁ ପାଲସଲ ପ୍ରତିଦିନ ଚୋରି ହେଉଥିବା ଦେଖିବାକୁ ମିଳିଛି ।
କଲିକତାରୁ ଆସୁଥିବା ଏହି ଲୁଗା ପାରସଲକୁ ପୂର୍ବରୁ ମଞ୍ଜୁରରୋଡ ଏବଂ ଯାଜପୁର ରୋଡ ଷ୍ଟେସନ ମଧ୍ୟରେ ଖସାଇ ଲୁଟ କରାଯାଉଥିବା ବେଳେ ଏବେ ଚୋର ମାନେ ଏହାର ଉପଯୁକ୍ତ ସ୍ଥାନ ଭାବେ ଧାନମଣ୍ଣଳ, ହରିଦାସପୁର, ବୈରୀଠେଙ୍ଗଡ, ବରୀ ଷ୍ଟେସନକୁ ପଏଂଟ ଭାବେ ବାଛିନେଇଛନ୍ତି । ଏହାର ମାଷ୍ଟର ମାଇଣ୍ଡ ସାଜିଛି ଚଣ୍ଡିଖୋଲର ଲୁଗା କବାଡିବାଲା ଦାସ ବାବୁ । ଏହି ଦାସ ବାବୁଙ୍କ ଦ୍ୱାରା ଏଠାରୁ ସ୍ଥାନୀୟ ଲୋକ ଏବଂ କିଛି ନିଷ୍ଠାପର ଚୋରଙ୍କ ଦ୍ୱାରା ପ୍ରତିଦିନ ଚଳନ୍ତା ଟ୍ରେନରୁ ଲୁଗା ପାରସଲ ଗୁଡିକୁ ତଳକୁ ଖସାଇ ନିଦ୍ଧିଷ୍ଟ ଗାଡିଦ୍ୱାରା ନିଜର ଗୋଦାମକୁ ଆଣିଥାନ୍ତି । ପରେ ଭଦ୍ରକ ବନସ୍ଥା ଅଂଚଳର ଜୌନିକ ବଡ ଲୁଗା ଦୋକାନୀ ଏହାକୁ ନେଇ ବିକି୍ର କରିଥାନ୍ତି । ଏମାନେ ଦୀର୍ଘଦିନ ଧରି ଆରପିଏଫକୁ ଚକାମ ଦେଇ ଏଭଳି କଳାକାରନାମ ଚଳାଇ ଆସୁଥିଲେ ମଧ୍ୟ ଏହାକୁ ପଠାଉଥିବା ବ୍ୟକ୍ତିମାନେ ଆରପିଏଫ ଉପରେ କେସ କରି ନିରାଶ ହେବାହିଁ ସାର ହେଉଛି ।
ଅନ୍ୟପଟରେ ଏଥିରେ ରେଳବିଭାଗର ଗେଟ କିପର, ଷ୍ଟେସନ ମଷ୍ଟର, ଆରପିଏଫର କିଛି କର୍ମଚାରୀ ସମ୍ପୁକ୍ତି ରହୁଥିବା ଏକ ନିର୍ଭର ଯୋଗ୍ୟ ସୁର୍ତରୁ ଜଣଶପଡିଛି । ରେଳ ବିଭାଗକୁ ହୋଇଥିବା ଅଭିଯୋଗ ପତ୍ର ଅନୁଯାୟୀମନୋଜ କୁମାର ପଣ୍ଡା(ଟିପି) ଦୈନଦିନ ଗେଟରେ କର୍ଯ୍ୟରତ ଥିବା ବେଳେ କୈାଣସି ଗେଟ୍ ପାର ହେବା ଲୋକ ବା ମଟରଗାଡି ଚାଳକ ସହିତ ଝଗଡା କରିବା ସହ ତାର ‘ଟୋ ଉଠାଇ ଭଦ୍ରକ ଆରପିଏ‘ରେ କେସକରି କେସକରିଥିବା ବ୍ୟକ୍ତି ଠାରୁ ଟଙ୍କା ଆଦାୟ କରିବା ସହ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ସହ ମିଶି ଟ୍ରେନ୍ରେ ଆସୁଥିବା ପାରସଲକୁ ଟ୍ରେନରୁ ଖୋଲି ଅସାମାଜିକ ବ୍ୟକ୍ତିଙ୍କୁ ରେଲୱରୁ ଚୋରୀ କରିବାରେ ମୂଖ୍ୟ ଭୁମିକା ନେବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରମାଣ ଗତ ୩ ସପ୍ତାହ ତଳେ ଶ୍ରୀପଣ୍ଡାର ନିଜ ଅଂଚଳ ଭଣ୍ଡାରିପୋଖରି ବନସ୍ତା ଗ୍ରାମର ଏକ ଟାଟାଏସିରେ ଟ୍ରେନରୁ ବେଆଇନ ପାରସଲ ଗୁଡିକୁ ନେଇ ଯାଉଥିବା ବେଳେ ଉକ୍ତ ଗାଡିକୁ ଅମୃତିଆ ଗ୍ରାମର କିଛି ଲୋକ ରାତି୍ରରେ ଅଟକାଇ ପାଣିକୋଇଲି ପୁଲିସକୁ ହସ୍ତାନ୍ତର କରିବାର ଦେଖିବାକୁ ମିଳିଥିଲା ଏଥିପାଇଁ ଇଷ୍ଟ କୋଷ୍ଟ ରେଲୱେ ବିଭାଗର ଭାବମୁର୍ତ୍ତି ଖରାପ କରୁଥିବା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।
ସେହିପରି ଇଷ୍ଟ କୋଷ୍ଟ ରେଲୱେ ବିଭାଗରେ ଚାକିରି କରାଇଦେବା କହି ରାଜ୍ୟର ବିଭିନ୍ନ ଅଂଚଳରୁ ଲୋକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅତ୍ମସାତ କରଥିବା ନିରଞ୍ଜନ ପରିଡା (ଟିପି ଦୈନଦିନ ବୈତରଣୀ ରୋଡ ରେଲଓ ଅଂଚଳରେ ଉକ୍ତ ଲୋକମାନଙ୍କ ଉପସ୍ଥିତ କରାଇ ସେମାନଙ୍କୁ ଠକି ଲୋକାଲ ପୁଲିସକୁ ହାତକରି ଅଂଚଳର ମାଫିଆ ରାଜ ଚଳାଇ ଇଷ୍ଟ କୋଷ୍ଟ ରେଲୱେ ବିଭାଗକୁ ବଦନାମ କରାବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବରେଇ ଗ୍ରାମର କେଶବ ମହାନ୍ତି ପିତା-ଗେବର୍ଦ୍ଧନ ମହାନ୍ତି ଙ୍କ ଠାରୁ ୨ଲକ୍ଷ ଟଙ୍କା କୋଟଏଗ୍ରିମେଣ୍ଟ କରି ନେଇଥିବାର ପ୍ରମାଣ ଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଦୁଇଜଣ କର୍ମଚାରୀ ଧନେଶ୍ୱର ବାରିକ (ଟିସି) ଓ ଶ୍ରୀମଲିକ ସାଧାରଣ ଲୋକମାନଙ୍କୁ ବ୍ୟବହାର ଖରାପ କରିବା ସହ ଆମେ ଲୋକାଲ ଲୋକ କହି ଦାଦାଗିରି କରି ଏଭଳି କାରବାରରେ ସମ୍ପୁକ୍ତ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରେଳ ବିଭାର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ମଞ୍ଜୁରିରୋଡ ରେଲୱ ଷ୍ଟେସନରେ ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟିସି ଟ୍ରେନରୁ ମାଲକାଢି ଅସାମାଜିକ ଲୋକମାନଙ୍କୁ ଦେବା ସହ ନିଜେ ଉକ୍ତ ସାମଗ୍ରିକୁ ରଖି ଭଦ୍ରଖ ଆରପିଏ‘ ହାତରେ ଧରା ପଡି ଗିରଫ ହାଇଥିବା ଗଣମଧ୍ୟମରେ ପ୍ରକାଶ ପାଇଥିଲା । ମଞ୍ଜୁରିରୋଡରେ ଉକ୍ତ ଘଟଣା ପ୍ରଘଟ ହେବା ପରେ ଚୋର ମାନେ ବୈତରଣୀ ରୋଡ ଷ୍ଟେସନରେ ମନୋଜ କୁମାର ପଣ୍ଡା(ଟିପି) କୁ ଧରି ଉକ୍ତ ଚୋରୀ କାର୍ଯ୍ୟ ଆରମ୍ଭ କରିଥିବା ପାଣିକୋଇଲି ପୁଲିସ ହାତରେ ଧରାପଡିବା ପରେ ଜଣାପଡିଛି । ତୁରନ୍ତା ଏହାକୁ ରୋକିବା ପାଇଁ ବଡ ଅଧିକାରୀଙ୍କ ନେଇ ଏକ ସ୍ୱତନ୍ତ୍ର ଗୁପ୍ତ ସ୍କାର୍ଡ ଗଠନ କରି ଏହାକୁ ଖୁଲାସ କରିବା ସହିତ ଏଥିରେ ସମ୍ପୁକ୍ତ ଲୋକଙ୍କୁ ଗିରଫ କରିବାକୁ ସାଧରଣରେ ଦାବି ହେଉଛି ।