କେନ୍ଦୁଝର ୦୫/୦୩ (ସନ୍ଧାନ ନିୟୁଜ୍) ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ମୂଷଳ ପୋଲ ନିକଟ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଦୃଗଗତିରେ ଯାଉଥିବା ଏକ ବୋଲେରୋ ଧକ୍କା ଦେଇ ବୋଲେରୋ ଡ୍ରାଇଭର ର ମୃତ୍ୟୁ ଘଟିଛି । ମୃତକ ହେଲେ ଯୋଡା ଥାନା ଅଞ୍ଚଳର ଟୁଟୁ ପୁତ୍ର । ବୋଲେରୋ ଥିବା ଅନ୍ୟ ୨ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଘସିପୁରା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି । ବୋଲେରୋ ଟି ଯୋଡାରୁ ଭୂବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଟ୍ରକ ପଛକୁ ଧକ୍କାଦେଲା ବୋଲେରୋ ,ଘଟଣା ସ୍ଥଳରେ ଡ୍ରାଇଭର ମୃତ
|
March 5, 2020 |



