ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ପଣସପୁର ପଂଚାୟତର ଅଧିବାସୀ; ଆନ୍ଦୋଳନ ପାଇଁ ଚେତାବନୀ

Spread the love

ମାହାଙ୍ଗା ,୯/୬ (ସନ୍ଧାନ ନିୟୁଜ) ଟୋପେ ପିଇବା ପାଣି ପାଇଁ ଲୋକେ 4 ମାସ ହେବ ଡହଳ ବିକଳ ହେଉଛନ୍ତି l ଏନେଇ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ଜେଇ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରିନାହିଁ ଯାହାକୁ ନେଇ ଅଞ୍ଚଳବାସୀ ମାନେ ଆଗାମୀ ଦିନରେ ପାଣି ପାଇଁ ଆନ୍ଦୋଳନ କରିବା ସହିତ ବ୍ଲକ ରେ ଧାରଣା ଦେବାକୁ ଦାବି କରିଛନ୍ତି l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତ ରେ l ପଣସପୁର ପଂଚାୟତ ର ସାହାସପୁର ଓ ନଡ଼ିଆ ସାହାସ ପୁର ଗ୍ରାମର ୮,୯ ଓ ୧୦ ନମ୍ବର ୱାର୍ଡ ରେ ବସବାସ କରୁଥିବା ପ୍ରାୟ ୧୨ ଶହରୁ ଅଧିକ ଲୋକ ଟୋପେ ପିଇବା ପାଣି ପାଇଁ ଦୀର୍ଘ ୪ମାସ ହେବ ହାହାକାର ହେଉଛନ୍ତି l ଗତ ୨୦୧୩ ମସିହାରେ ଅକରପଡା ଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ଏକ ପାନୀୟ ଜଳ ପ୍ରକଳ୍ପ ର ଉଦଘାଟନ କରାଯାଇ ସାହାସ ପୁର, ନଡ଼ିଆ ସାହାସପୁର ଏବଂ ଅକରପଡା ଗ୍ରାମକୁ ପିଇବା ପାଣି ପାଇପ ଲାଇନ ବିଛାଇ ଯୋଗାଇଦିଆଯାଇଥିଲା l ମାତ୍ର ଜଳସ୍ତର ହ୍ରାସ ପାଇଥିବାରୁ ଏହି ପାନୀୟ ଜଳ ଯୋଗାଣ ରୁ ସଠିକ ଭାବେ ପାଣି ବାହାରୁ ନାହିଁ l ଯାହାଫଳରେ ସାହାସ ପୁର ଓ ନଡ଼ିଆ ସାହାସପୁର ଗ୍ରାମର ୮,୯ ଓ ୧୦ ନମ୍ବର ୱାର୍ଡ ର ପ୍ରାୟ ୧୨ ଶହ ଲୋକ ପିଇବା ପାଣି ରୁ ବଞ୍ଚିତ ରହୁଛନ୍ତି l ସରକାର ଙ୍କ ପକ୍ଷରୁ ଏହି ଗ୍ରାମରେ ଯେଉଁ କୂଅ ଓ ନଳକୂପ ରହିଛି ତାହା ମଧ୍ୟ କେଉଁ କେଉଁ ସ୍ଥାନରେ ଶୁଖି ଯାଇଥିବା ବେଳେ ଆଉ ଯେଉଁ ନଳକୂପ ରୁ ପାଣି ବାହାରୁଛି ତାହା ଆଇରନ ମିଶା ,ଲୁଣିଆ  ଯାହା ପିଇବା ପାଇଁ ପ୍ରଯୁଜ୍ୟ ନୁହଁ l ଏନେଇ ମଧ୍ୟ ବ୍ଲକ ପାନୀୟ ଜଳଯୋଗାଣ ପକ୍ଷରୁ ଟ୍ୟାଙ୍କର ଦ୍ୱାରା ଏହି ସବୁ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯାଇଛି ମାତ୍ର ତାହା ସପିସେଣ୍ଟ ଦିଆଯାଉ ନଥିବା ଏହି ଅଂଚଳର ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବlସୀ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି l

Related Posts

About The Author

Add Comment