ଭୁବନେଶ୍ଵର, ୧୧/୦୩ (ସନ୍ଧାନ ନିୟୁଜ) : ପୁରୀରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଡିମିରିଝରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚନ୍ଦନ ନାମକ ବସଟି ଓଲଟି ପଡ଼ିବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ ଛତିଶଗଡ଼ର ଏହି ବସ୍ରେ ପ୍ରାୟ ୬୦ଜଣ ଯାତ୍ରୀ ଥିଲେ। ସେମାନେ ପୁରୀରୁ ଦର୍ଶନ ସାରି ଛତିଶଗଡ଼ ଫେରୁଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଡିମିରିଝରି ଠାରେ ବସ୍ର ଆଗ ଚକା ବାହାରି ଯାଇଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ନୂଆଗାଁ ଦମକଳ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଗାଡିଟିକୁ ଜବତ କରିଛି।