ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Spread the love

ରାଇରଙ୍ଗପୁର, 11.02.2021 (ସନ୍ଧାନ ନିଉଜ୍):- ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଗୁଳତା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ମିର୍ଜା ଟୁଡୁଙ୍କ ସ୍ତ୍ରୀ ଲାଖିଆଁ ଟୁଡୁ।ପରିବାର ଲୋକଙ୍କ କହିବା ମୁତାବକ, ରାତି ପ୍ରାୟ ୧୧ଟା ବେଳେ ଲାଖିଆଁ ଟୁଡୁ ବାହାରକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ରାତି ତମାମ ତାଙ୍କୁ ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇ ପଡିଥିଲେ।  ବୁଧବାର ସକାଳୁ ମଧ୍ୟ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ଗାଁ ପାଖ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ପରିବାର ଲୋକଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ ଜଣାପଡିବ। ଅନ୍ୟପଟେ ହତ୍ୟା ସନ୍ଦେହ କରାଯାଉଥିଲେ ମଧ୍ୟ ପୋଷ୍ଟ ମର୍ଟମ ରିପୋର୍ଟ ଉପରେ ନଜର ରହିଛି ।

Related Posts

About The Author

Add Comment