ଯାଜପୁର ସଦର, ୨୩ା୦୮: ଯାଜପୁର ଜିଲ୍ଲା ଝାଲପଡ଼ା ପଂଚାୟତର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ରାମ ମୁଣ୍ଡା ସେହି ଗ୍ରାମର ଶ୍ରୀମତୀ ପାଢ଼ୀଙ୍କ ଟଙ୍କାକୁ ହଡ଼ପ କରିଥିବା ବେଳେ, ଶ୍ରୀମତୀ ପାଢ଼ୀଙ୍କ ଖାତାରେ ୫ଲକ୍ଷ ଟଙ୍କାରୁ ମାତ୍ର ୬୨ ହଜାର ଟଙ୍କା ଜମାକାରି ଅବଶିଷ୍ଟ ଟଙ୍କାକୁ ଆତ୍ମସାତ କରିଥିବାରୁ ଏନେଇ ଗ୍ରାମବାସୀ ମାନେ ଶ୍ରୀ ମୁଣ୍ଡାକୁ ଅଟକ ରଖିଥିବା ବେଳେ, ମାତ୍ର ୫୦ ହଜାର ଟଙ୍କା ଦେଇ ଅବଶିଷ୍ଠ ୪ଲକ୍ଷ ୩୮ ହଜାର ଟଙ୍କା ଦେବାଲାଗି ଶନିବାର ରାତି ୧୦ଟାରେ ବ୍ରହ୍ମବରଦା ଥାନା ମାଧ୍ୟମରେ ୪ଲକ୍ଷ ୩୮ ହଜାର ଟଙ୍କା ମାଳତୀ ପାଢ଼ୀଙ୍କୁ ଦେଇଥିବା ଜଣାଯାଇଚି । ଏହି ଘଟଣାକୁ ଧର୍ମଶାଳା ଡାକ ବିଭାଗର ପ୍ରବିଣ ଖୁଣ୍ଟିଆ ତଦନ୍ତ କରିବା ସହିତ ବିଭିନ୍ନ ଜମାଖାତା କାଗଜାତକୁ ଜବତ କରିଥିଲେ । ରିପୋର୍ଟ ଲେଖା ହେବା ବେଳକୁ ମାଳତୀ ପାଢ଼ୀଙ୍କ ଟଙ୍କା ୪ଲକ୍ଷ ୩୮ ହଜାର ଟଙ୍କା ପୋଲିସ ମାଧ୍ୟମରେ ଦେଇଦେବାରୁ ପୋଷ୍ଟ ମାଷ୍ଟର ରାମ ମୁଣ୍ଡାକୁ ଗ୍ରାମବାସୀମାନେ ଛାଡ଼ିଥିଲେ ବୋଲି ସୂଚନା ମିଳିଚି ।
ଝାଲପଡ଼ା ପୋଷ୍ଟ ମାଷ୍ଟର ରାମ ମୁଣ୍ଡା ଟଙ୍କା ଫେରାଇଲେ
|
August 23, 2023 |