ଝଲସୁଛି ପୁରୀର ପ୍ରବେଶ ପଥ ଐିତିହ୍ୟପୂର୍ଣ୍ଣ ଅଠରନଳା

Spread the love

ପୁରୀ, ୩୧/୧୨/୨୦ (ସନ୍ଧାନ ନିଉଜ) : ନୂଆବର୍ଷ ପାଇଁ ଅଠରନଳା ସେତୁକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜିତ କରାଯାଇଛି। ସେତୁ ଉପରେ ଥିବା ଗରୁଡ଼ ମୂର୍ତ୍ତିକୁ ମଧ୍ୟ ଆଲୋକମାଳାରେ ସଜ୍ଜିତ କରାଯାଇଛି। ନୂଆବର୍ଷରେ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି। ଭୁବେନେଶ୍ୱର ଆଡୁ ଆସୁଥିବା ପର୍ଯ୍ୟଟକମାନେ ପୁରୀକୁ ପ୍ରବେଶ ପୂର୍ବରୁ ଅଠରନଳା ସେତୁକୁ ଦେଖି ବିମୋହିତ ହେଉଛନ୍ତି। ସଂରକ୍ଷଣ ଓ ମରାମତି ପାଇଁ ସେତୁ ଉପରେ ଚଳିତମାସ ୨୪ ତାରିଖ ଠାରୁ କୌଣସି ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। ଏଏସଆଇ ପକ୍ଷରୁ ଅଠରନଳା ସେତୁକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଛି। ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଐତିହ୍ୟ ସ୍ଥଳୀ ହେଉଛି ପୁରୀର ଅଠରନଳା। ଅଠରନଳା ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିଳଚକ୍ର ତଥା ଦଧିନଉତି ଦୃଶ୍ୟମାନ ହୋଇଥାଏ। ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ ଖ୍ରୀଷ୍ଟାଦ୍ଦ ୯୭୫ ରୁ ୯୯୫ ମଧ୍ୟରେ ମଧୁପୁର ନଦୀ ଉପରେ ଏହି ପୋଲ ନିର୍ମାଣ କରାଇଥିଲେ। ଏହି ପୋଲରେ ୧୮ ଟି ଫୁକାର ଥିବା ବେଳେ ଏହାର ଖିଲାଣ କାମ ନ ହୋଇ ପଥରମାନଙ୍କ ଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା। ଏହି ପୋଲରେ ୧୯ ଖମ୍ୱ ରହିଥିବା ବେଳେ ପାଣି ଯିବା ପାଇଁ ୧୮ ଟି ନଳା ରହିଛି। ଏହାର ଲମ୍ୱ ୮୫ ମିଟର ଓ ଓସାର ୧୧ ମିଟର। ମାଦଳା ପାଞ୍ଜି ତଥ୍ୟ ଅନୁଯାଇ ୧୩୦୦ ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଉଛି।

Related Posts

About The Author

Add Comment