ଯାଜପୁର ସଦର, ୪/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ, ବନ୍ଧଡିହ ପଂଚାୟତ, ଜୟସିଂହଡ଼ା ସରକାରୀ ପ୍ରାଥମିକ ବାର୍ଷିକ କ୍ରିଡ଼ା ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯତିନ୍ଦ୍ର କୁମାର ସାହୁଙ୍କ ତତ୍ୱାବଧାନରେ ବାର୍ଷିକ କ୍ରିଡ଼ା ଉତ୍ସବ ଏବଂ ପୁରସ୍କାର ବିତରଣ ବିତରଣୀ ଉତ୍ସବ ଏହି ବିଦ୍ୟାଳୟରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନବୀନ ପାଢ଼ୀ, ସ୍ମୃତି ସଂସଦ ପକ୍ଷରୁ ନବୀନ ପାଢ଼ୀ ମେଧା ବୃତ୍ତି ଆନୁକୁଲ୍ୟରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ୫୦୦ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରସୁଲପୁର ଏବିଓ ପ୍ରଭଞ୍ଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହୋଇ ଏହି ବିଦ୍ୟାଳୟର ଯଶ ରଖିବାପାଇଁ ପରମର୍ଶ ଦେଇଥିଲେ । ବନ୍ଧଡିହ କ୍ଲଷ୍ଟର ସିଆରସି ବିଜୟ ସାହୁ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରଖିଥିଲେ । ସମ୍ମନୀୟ ଅତିଥି ବନ୍ଧଡିହ ପାଂୟତର ସରପଂଚ ବିକ୍ରମ କୁମାର ବେହେରା ଯୋଗଦାନ ତାଙ୍କ ବକ୍ତବ୍ୟ ରଖିଥିଲେ । ବ୍ରହ୍ମବରଦା ମହାବିଦ୍ୟଳୟ +୩ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗଦେଇ ପିଲାମାନଙ୍କୁ ଗପ ଆକାରରେ ଠେକୁଆ କଇଁଛ ବଷୟରେ ତାଙ୍କ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଅଧ୍ୟକ୍ଷ ଶ୍ରୀ ପାଢ଼ୀ ପ୍ରଥମେ ବାବ ସ୍ୱପ୍ନେଶ୍ୱରଙ୍କୁ ପ୍ରଣାମ କରିବା ସହିତ ମୋ ଗାଁ ମୋ ମାଟି ମୋ ସ୍କୁଲ ମୋ ଗର୍ବ ଗୌରବ ଆଣିଦେଇଥିବା ଏହି ବାର୍ଷିକ କ୍ରିଡ଼ା ସମ୍ବର୍ଦ୍ଧନା ଉତ୍ସବକୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ଏହି ବିଦ୍ୟାଳୟରେ ବିଭିନ୍ନ କ୍ରିଡ଼ାରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପ୍ରଧାନ, ନ୍ୟାୟବ ସରପଂଚ, ବହୁ ଅତିଥି ମଞ୍ଚସିନ ଥିଲେ । ଏବି ବିଦ୍ୟାଳୟର ଶିକ୍ଷା କମିଟିର ସଭାପତି ଯୋଗଦାନ କରିବା ସହିତ ଏହି ବିଦ୍ୟାଳୟର ସହକାରି ଶିକ୍ଷୟତ୍ରୀ ଶୈଳବାଲା ମହାନ୍ତିଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଥିବାରୁ ଶ୍ରୀମତୀ ମହାନ୍ତିଙ୍କୁ ଉତ୍ତରୀୟ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ବିଦ୍ୟାଳୟରେ ସ୍ଥାପନ କରାଯାଇଥିବା ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦିପ ପ୍ରଜ୍ଜ୍ୱଳନ କରିଥିଲେ । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତଃ ନବୀନ ପାଢ଼ୀଙ୍କ ସୁପତ୍ର ସଦାନନ୍ଦ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା କମିଟିର ସଦସ୍ୟ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏହି ଉତ୍ସବରେ ଯୋଗଦାନ କରିଥିଲେ । ସୁଧାଂଶୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଗ୍ରାମର ବହୁ ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ ।
ଜୟସିଂହଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ କ୍ରିଡ଼ା ଉତ୍ସବ ସମ୍ବର୍ଦ୍ଦନା ସଭା ଅନୁଷ୍ଟିତ
|
February 4, 2026 |



