ଜେନାପୁର ଶାଖାର କର୍ମକର୍ତ୍ତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

Spread the love

ଜେନାପୁର,/୦୫/୦୨/(ସନ୍ଧାନ ନିୟୁଜ୍) ପ୍ରତିଟି ମନୁଷ୍ୟ ସଦାସର୍ବାଦା କାର୍ଯ୍ୟବ୍ୟସ୍ତତାରୁ ଟିକେ ଫୁରସତ୍ ମିଳିଲେ ବର୍ଷ ସାରା କଷ୍ଟରୁ ଲାଘବ ମିଳେ । ସେହି ସମୟକୁ ବନ୍ଧୁତ୍ବ ସହିତ ସୁସଂପର୍କ ଓ ଭାଇଚାରା ମାଧ୍ୟମରେ ବଜାଇ ରଖି ଆନନ୍ଦ ଓ ଖୁସିର ମିଳନ ହେଉଛି ବନ୍ଧୁତ୍ବ ମିଳନ । ସେହିପରି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଜେନାପୁର ଶାଖାର ସମସ୍ତ କାର୍ଯ୍ୟରତ କର୍ମକର୍ତ୍ତାଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ବନ୍ଧୁମାନଙ୍କୁ ନେଇ ଏକ ବୋଲର ଯୋଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ବାହାରିଥିଲେ । ଦର୍ଶନ ସାରିବା ପରେ ପୁରୀ ସମୁଦ୍ର କୂଳରେ ପହଞ୍ଚି ବନ୍ଧୁମାନଙ୍କ ସହ ସମୁଦ୍ର ଲହଡିରେ ଗାଧେଇବାର ମଜା ଉଠେଇଥିଲେ । ତା’ପରେ ପୂର୍ବରୁ ପୁରୀସ୍ଥିତ ବନ୍ଧୁମାନଙ୍କ ମିଳିତ ସହଯୋଗରେ ଏକ ବଣ ଭୋଜି ନୂଆନଦୀସ୍ଥିତ ଝାଉଁ ପଠାରେ ଭୋଜିଭାତ ଖାଇବା ସହ ତ୍ରିକୋଣୀୟ ନଦୀର ଆକର୍ଷଣୀୟ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଛବିକୁ ମୋବାଇଲ୍ କ୍ୟାମେରାରେ ସାଉଣ୍ଟି ଥିଲେ । ଯାହା ମନକୁ ବିମୋହିତ କରିବା ସହିତ ବନ୍ଧୁମାନଙ୍କୁ ମୁଗ୍ଧ କରିପାରିଥିଲା । ଏହିପରି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସ୍ମୃତିକରି ରଖିବା ପାଇଁ ଭାଇଚାରା ମାଧ୍ୟମରେ ଜାରି ରଖିବା ପାଇଁ ଚିରପରିକରବଦ୍ଧ ହୋଇଥିଲେ । ଏଥିରେ ଜେନାପୁର ଶାଖାର ଶାଖା ପରିଚାଳିକା,ପ୍ରାଚୀ ପ୍ରଜ୍ଞା ପିଙ୍ଗ୍,ସହଶାଖା ପରିଚାଳକ ସାଗର ମହାରଣା,କୋଷାଧ୍ଯକ୍ଷ ସ୍ୱାମୀ ନାୟକ,ମାନସ ରଞ୍ଜନ ପ୍ରଧାନ,ବିଚିତ୍ର କୁମାର ଭଦ୍ର,ନିଷ୍କାନ୍ତ ଖଟୁଆ ଓ ଅନ୍ୟ ବନ୍ଧୁମାନେ ସହଯୋଗ କରିଥିଲେ ।

Related Posts

About The Author

Add Comment