ଜେନାପୁର,୧୧/୧୨/(ସନ୍ଧାନ ନିଉଜ୍) ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ୧୧,୧୨ ନମ୍ବର ଜୋନ୍ ର ବିଭିନ୍ନ ଗ୍ରାମର ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଗୋପବନ୍ଧୁ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ଦାସଙ୍କ ପରାମର୍ଶ କ୍ରମେ ୦୫/୧୨/୨୦୨୩ ତାରିଖ ରୁ ଆରମ୍ଭ କରି ୦୯/୧୨/୨୦୨୩ ତାରିଖ ପର୍ଯ୍ୟନ୍ତ ଜେନାପୁର ଠାରୁ କଲାଣ୍ତ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ପହଞ୍ଚି ଅସହାୟ ଲୋକଙ୍କୁ ଚିହ୍ନଟ କରି ଦୁଃଖ ବୁଝିବା ସହିତ ଭତ୍ତା,ରାସନ,ଗୃହ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି କି ନାହିଁ ଏକ ତାଲିକା ମାଧ୍ୟମରେ ସରକାରଙ୍କ ଯାହା ସହଯୋଗ ସୁବିଧା ଅଛି ପହଞ୍ଚାଇବା ପାଇଁ ହାତବଢାଇ ଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନୀତି ଆଦର୍ଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି । ଶୀତ କାକରେ ରାତିରେ ଛଟପଟ ହୋଇ ଅସହାୟ ବୃଦ୍ଧବୃଦ୍ଧା,ଭିନ୍ନକ୍ଷମ,ବିଧବା ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ସମସ୍ୟା ବୁଝି ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କମ୍ବଳ ଯୋଗାଇଥିଲେ । ଏହିପରି କାର୍ଯ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମୁହଁରେ ପ୍ରଶଂସାର ଶୁଅ ଛୁଟୁଥିବା ବେଳେ ଗୁରୁଜନ ଲୋକମାନେ ପ୍ରେସ୍ କ୍ଲବ୍ ର ସଦସ୍ୟମାନଙ୍କୁ ଆର୍ଶିବାଦ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ର ସଭାପତି ଅଶୋକ କୁମାର ଦାସ,ଉପସଭାପତି ବାବୁଲି ରାଉତ,ସଂପାଦକ ଚିତ୍ରସେନ୍ ନାଥ,ସହସଂପାଦକ ବସନ୍ତ ମଲ୍ଲିକ,କୋଷାଧ୍ଯକ୍ଷ ସୁନିଲ୍ ପାଢି,ଉପଦେଷ୍ଟା ପ୍ରଶାନ୍ତ ସାମଲ, ସାମ୍ବାଦିକ ନିଷ୍କାନ୍ତ ଖଟୁଆ,ବିନୟ ଜେନାମଣି, ଅମର କୁମାର ଭୂୟାଁ,ଅସୀତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବ୍ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
|
December 11, 2023 |


