ନୂଆଦିଲ୍ଲୀ, ୧/୩(ସନ୍ଧାନ ନିଉଜ) : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍କୁ ବଞ୍ଚାଇବା ପାଇଁ ଏହାର ଅଧ୍ୟକ୍ଷ ନରେଶ ଗୋଏଲ୍ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପାହାଡ଼ ଭଳି ଋଣ ବୋଝ ତଳେ ଦବି ଯାଇଥିବା ଜେଟ୍କୁ ଉଦ୍ଧାର କରିବା ପାଇଁ ନରେଶ ସଂଘର୍ଷ କରୁଛନ୍ତି। କଂପାନିକୁ ବଞ୍ଚାଇବା ପାଇଁ ସେ ଅଧ୍ୟକ୍ଷ ପଦରୁ ହଟିଯିବେ। ଜେଟ୍ର ମାଲିକାନା ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ହାତକୁ ଚାଲିଯିବ। ଏହା ବ୍ୟତୀତ ବିଦେଶୀ ବିମାନ କଂପାନି ଏତିହାଦ୍ର ୨୪% ଅଂଶଧନ ଏଥିରେ ରହିବ। ଜେଟ୍ ଏହାର ପାଇଲଟ୍ମାନଙ୍କୁ ଦରମା ଦେଇପାରୁନି। ବିମାନ ମରାମତି କରିବା ପାଇଁ କଂପାନି ପାଖରେ ସ୍ପେୟାର୍ ସ୍ପାର୍ଟସ୍ ନାହିଁ। ନିତିଦିନିଆ ଖର୍ଚ ତୁଲାଇବାକୁ ମଧ୍ୟ ଟଙ୍କା ନାହିଁ। ବିମାନ ଲିଜ୍ରେ ଦେଇଥିବା ସଂସ୍ଥାଙ୍କୁ ମଧ୍ୟ ଏହା ପେମେଣ୍ଟ୍ ଦେଇପାରୁନି। ସେଥିପାଇଁ ଏହାର ଡଜନେରୁ ଅଧିକ ବିମାନ ଠିଆ ହୋଇରହିଛି।
ଜେଟ୍କୁ ବଞ୍ଚାଇବା ପାଇଁ ହଟିଯିବେ ପ୍ରତିଷ୍ଠାତା
|
March 1, 2019 |
