ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ୭୪ତମ ସ୍ଵାଧିତା ଦିବସ ଅବସରରେ ଉଦଳା ନିକଟସ୍ଥ ଜୁଆଳିଆ ଆଦର୍ଶ ବିଦ୍ୟାଳୟ ଠାରେ ମହାମାରୀ କରୋନା ରେ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ କେଭିଡ କେୟାର ସେଣ୍ଟର (କୋଭିଡ ହସ୍ପିଟାଲ) ଉଦଘାଟିତ ହୋଇଯାଇଛି । ଏହି କୋଭିଡ ହସ୍ପିଟାଲକୁ କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରା ଓ କପ୍ତିପଦା ଉପଖଣ୍ଡ ଡ଼ାକ୍ତରଖାନା, ଉଦଳାର ସୁପରିଟେଣ୍ଡେଣ୍ଟ ଡ଼ା ଶିବାନନ୍ଦ ମହାନ୍ତିଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଅନ୍ୟତମ ଡ଼ା, ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା , କରୋନାକୁ ପ୍ରତିହତ କରିଥୁବା ଯୋଦ୍ଧା ଡା ରମେଶ ଚନ୍ଦ୍ର ବେହେରା, ଆୟୁଷ ଡାକ୍ତର ଆହୁତି ପାଣିଗ୍ରାହୀ, ଡ଼ା ପ୍ରତୀକ୍ଷା ମହାପାତ୍ର, ଡ଼ା ଇପ୍ସିତା ଜେନା ଓ ହସ୍ପିଟାଲ ମ୍ୟାନେଜର ନିରୁପମା ମହାନ୍ତି , ସ୍ବାସ୍ଥ୍ୟକେନ୍ଦ୍ରର ପ୍ରୋଗ୍ରାମ ମ୍ୟାନେଜର ପାର୍ଥ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉଦଳାରୁ ଏହି କୋଭିଡ କେୟାର ସେଣ୍ଟର ୪ କିମି ଦୂରରେ ଥିବା ଆଦର୍ଶ ବିଦ୍ୟାଳୟ ରେ କାର୍ଯ୍ୟ କରୁଛି ଏଠାରେ ଲକ୍ଷଣ ବିହୀନ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଜଣାଯାଇଛି ।
ଜୁଆଳିରେ ଉଦଘାଟିତ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର
|
August 21, 2020 |