ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

Spread the love

ସୁନ୍ଦରଗଡ ତା:୨୫/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) କରୋନା ମହାମାରୀ ପରେ ଦୀର୍ଘ ଅଠରମାସ ପରେ ଆଜି ପାଠପଢ଼ା ଆରମ୍ଭ ହୋଇଛି । ଏହି ଅବସରରେ ସୁନ୍ଦରଗଡ ର ଭବାନୀ ସଙ୍କର ହାଇସ୍କୁଲ ଠାରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । କୋଭିଡ ମାର୍ଗଦର୍ଶିକା ଅନୁଯାଇ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କେନିଂ ପରେ ସ୍ୱାଗତ କରାଯାଇଥିଲା । ଏହି ପରିପେକ୍ଷିରେ ଏକ ପେରେଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବଛ ଚୌଧୁରୀ ଉପସ୍ଥିତ ଅଭିଭାବକ ମାନଙ୍କୁ କୋବିଡ଼ କଟକଣା
ଅନୁଯାଇ ପିଲାମାନଙ୍କ ପାଠପଢ଼ା ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ବରିଠ ଶିକ୍ଷକ ସୁଧାଂଶୁ ଚୌଧୁରୀ ସ୍ୱାଗତ ଅଭିଭାଷଣ
ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥୁଲେ ।

Related Posts

About The Author

Add Comment