ବାରିପଦା ୧୧/୯/୨୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ତତ୍ବାବଧାନରେ ପ୍ରସାଶନିକ ଜିଲ୍ଲାସ୍ତରୀୟ ଟିମ୍ ବାରିପଦା ବାଙ୍କିଶୋଳ ସ୍ଥିତ କୋଭିଡ ହସ୍ପିଟାଲ ଓ ଲକ୍ଷ୍ମୀପୋଷୀ ସ୍ଥିତ ଅନ୍ବେଷା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଥିସହିତ କୋଭିଡ ଚିକିତ୍ସା ପରିଚାଳନା ତଥା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ହସ୍ପିଟାଲର କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରୂପଭାନୁ । ମିଶ୍ର, ବାରିପଦା ଉପଜିଲ୍ଲାପାଳ ପି.ଅବୈଷା ରେଡ଼ି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ ପତି ପ୍ରମୁଖ ସାମିଲ ଥିଲେ । ଜିଲ୍ଲାପାଳ ଶ୍ରୀ ଭରଦ୍ଵାଜ ହସି ଟାଲର ଚି କି ସାଧନ ଅନ୍ତେବାସୀଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଥିଲେ । ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ତଥା ବାଙ୍କିଶୋଳ କିମ୍ବା କୋଭିଡ ହସ୍ପିଟାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସହକାରୀ ଜିଲ୍ଲାପାଳ ନିର୍ବାଚନ) ତଥା ଭାରପ୍ରାପ୍ତ ଅଧିକାରୀ କିମସ କୋଭିଡ ହସ୍ପିଟାଲ ବାଙ୍କିଶୋଳ, କୋରୋନା ସଂଯୋଜକ ତଥା ଅବୈଷାର ନୋଡାଲ ଅଫିସର, ବାରିପଦା ବିଇଓ ତଥା କରୋନା କେୟାର ସେଣ୍ଟରର ଫୁଡ ଇନଚାର୍ଯ୍ୟ, ସମସ୍ତ ସିଆରସିସି, ହସ୍ପିଟାଲ ମ୍ୟାନେଜର ତଥା ଅବୈଷା କୋଭିଡ କେୟାର ସେଣ୍ଟରର ଇନଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ତାଜା ଖବର
- ସବଡେଗା ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
- କଲାଣ୍ଡ ଆୟୁର୍ବେଦ ଚିକିତ୍ସାଳୟରେ ଯୋଗ ଦିବସ: ସୁସ୍ଥ ସମାଜ ଗଠନ ପାଇଁ ଗ୍ରାମବାସୀଙ୍କ ସଙ୍କଳ୍ପ
- ବାଲିଶଙ୍କରା ବ୍ଲକ ସ୍ଥରୀୟ ଯୁଗୀ ଯୁଗୀଏନ ପ୍ରକଳ୍ପ ସମିତି ଗଠନ
- ଭାଇବୋହୁ ଙ୍କୁ ଦେଢଶୁର ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ, ତଲସରା ଥାନା ରେ ଏତଲା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ବିଲ ମାଲିକ ମୃତ, ଚାଲକ ଗୁରୁତର
- ଦୁଇଟି ଟ୍ରଲର ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର, ଘଟଣା ତଦନ୍ତ ଘେରରେ
- ନକଲି ଅଫିସର୍ ଘର ସର୍ଭେ ବାହାନାରେ ଲୁଟୁଛନ୍ତି ଟଙ୍କା, ଥାନାରେ ମାମଲା ରୁଜୁ
- ମୌଳିକ ସୁବିଧାରୁ ବଞ୍ଚିତ ଜୁଜୁମୁରା ବ୍ଲକର ଦେଦରନୂଆଁପାଲି ଗ୍ରାମର ବୁଦେଲପାଲି ପଡ଼ା ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
- ପହିଲି ରଜରେ କନ୍ୟାମାନଙ୍କୁ ପୋଷାକ ବଣ୍ଟନ



