ଜିଲ୍ଲା ସରକାରୀ ବସଷ୍ଟାଣ୍ଡର ଅଭାବନୀୟ ସ୍ଥିତି,ପ୍ରଶାସନ ନିଦ୍ରାରେ

Spread the love

 

ସୁନ୍ଦରଗଡ ତା:୧୦/୮/୨୦୨୧( ସନ୍ଧାନ ନିଉଜ ରାଜୁ ପଟେଲ ) କରୋନା ମହମାରୀ ସୁନ୍ଦରଗଡ ଜିଲ୍ଲାରେ କିଛି ମାତ୍ରାରେ କମିଲା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଗମନାଗମନ ପାଇଁ ବସ ଚଳାଚଳ ପାଇଁ ସ୍ୱୀକୃତି ଦେଇଥିଲେ । ଅଗଷ୍ଟ ୧ତାରିଖରୁ ରୀତିମତ ଭାବରେ ଜିଲ୍ଲା ରୁ ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଯାଇଛି । ଦେଖିବାକୁ ଗଲେ ସୁନ୍ଦରଗଡ ଜିଲ୍ଲାର ସରକାରୀ ବସଷ୍ଟାଣ୍ଡ୍ରର ସ୍ଥିତି କହିଲେ ନ ସରେ,ଉପଯୁକ୍ତ
ଜାଗରେ ସ୍ଵଛତା ଉପରେ ଜିଲ୍ଲା ପ୍ରଶାସନ ଆଖି ବୁଜିଲା ପରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବସଷ୍ଟାଣ୍ଡରେ ଏବେ ବର୍ଷା ସମୟରେ ଯାତ୍ରୀ ପ୍ରତିକ୍ଷାଳୟ ନ ଥିବା ସହିତ ବସ ଷ୍ଟାଣ୍ଡ ଭିତର ରାସ୍ତା କାଦୁଅରେ ଉବୁଟୁବୁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ବସଷ୍ଟାଣ୍ଡର
ଚାରିପାର୍ଶ୍ୱରେ ନିୟମିତ ଅଳିଆ,ପଲିଥିନ,ଓ ବିଭିନ୍ନ ପ୍ରକାର ଅଦରକାରୀ ଜିନିଷ ପଡିରହିବା ଦ୍ୱାରା ପଚା ଗନ୍ଧ ହେଉଥିବା ଯାତ୍ରୀଙ୍କଠାରୁ ବାରମ୍ବାର
ଅଭିଯୋଗ ଆସୁଛି । ତା ସହିତ ପୋଚା ଜିନିଷ ସହିତ ପଲିଥିନ ଖାଇ ଗାଈଗୋରୁଙ୍କ ରୀତିମତ ଅସୁବିଧା ହେଉଥିବା ସୂଚନା ସାମ୍ନାକୁ ଆସୁଛି ।
ଏହାର ଯଥାଶୀଘ୍ର ପ୍ରତିକାର ନ ହେଲେ ଯାତ୍ରୀ ସହିତ ପଶୁଙ୍କ ଜୀବନ ଉପରେ ବିପଦ ଏକାଧାରରେ ମାଡ଼ିଆସିବା ସମ୍ଭାବନା କରାଯାଉଛି ।
ଏଥିପ୍ରତି ପୌରପାଳିକା ସହିତ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment