ଯାଜପୁର, ୦୮/୧୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଦବ ମହାସଭା ର ସ୍ଥାୟୀ ସଭାପତି ରବୀନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ୱ ରେ କରୋନା ନିୟମାବଳୀ ଅବଲମ୍ବନ କରି ରସୁଲପୁର ବ୍ଲକ,ଦୁର୍ଗାଦେବି ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ଦଶ ଗୋଟି ବ୍ଲକ ଓ ଦୁଇ ଗୋଟି ମୁନିସିପାଲିଟି ର କର୍ମକର୍ତା ଓ ଯାଜପୁର ଜିଲ୍ଲାର ସମ୍ପାଦକ ଆଲେକ୍ସ ଜାଣ୍ଡର ଦାସ, ଉପଦେଷ୍ଟା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟାନ କର୍ମ କର୍ତା ଙ୍କ ଉପସ୍ଥିତ ରେ ସାଙ୍ଗଠନିକ ଆଲୋଚନା ଓ NEET ମେଡିକାଲ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଶ୍ରୀମାନ ଲଳିତ ଦାସ (ଆଖଡ଼ାଢିଅ, ବରୀ ବ୍ଲକ), ଦୁଷ୍ମନ୍ତ ଦାସ(ଦାନଗଦି ବ୍ଲକ))ସୁବାସ ଚନ୍ଦ୍ର ବେହେରା (ଧର୍ମଶାଳା ବ୍ଲକ) ଙ୍କୁ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ଆଗେଇବା ପାଇଁ ପ୍ରତି ପଞ୍ଚାୟତ ରେ ସଂଗଠନ ହେବ ବୋଲି ସଭାପତି ରବିନ୍ଦ୍ର ନାଥ ବେହେରା ସୂଚନା ଦେଇଥିଲେ ଓ ସମ୍ପାଦକ ଆଲେକ୍ସଜାଣ୍ଡର ଦାସ ଆଗାମୀ ଦିନରେ ଯୁବ ଯାଦବ ସଂଗଠନ,ସୋସିଆଲ ମିଡ଼ିଆ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ, ଗଣେଶ୍ୱର ଦାସ, ଭରତ ଚନ୍ଦ୍ର ଦାସ,ମୁକୁନ୍ଦ ପ୍ରସାଦ ଦାସ,ରଘୁନାଥ ବେହେରା,ଆତୁଳ ଚନ୍ଦ୍ର ବାରିକ,ଉତ୍ତମ ଦାସ,ଯୁବ ସଂଗଠକ ଯୋଗେନ୍ଦ୍ର ଦାସ,ରାକେଶ ଦାସ,ସୁଧୀର ଦାସ ସମେତ ଉପସ୍ଥିତ ଥିଲେ ଓ ପରିଶେଷରେ ନବଘନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ
ଜିଲ୍ଲା ଯାଦବ ମହାସଭା ର ସାଙ୍ଗଠନିକ ବୈଠକ
|
November 8, 2020 |


