ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ମାସ୍କ ଓ ସାନିଟାଇଜର , ଶୁଖିଲା ଖାଦ୍ୟ ବଂଟନ

Spread the love

ଚଣ୍ଡିଖୋଲ, ୨୬/୦୬/୨୦୨୧ (ସନ୍ଧାନ ନିଉଜ) – ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିଖୋଲ  ଟ୍ରଫିକ୍ ଛକ ରେ ଶନିବାର  ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ମାସ୍କ ଓ ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଅତିଥି ଭାବେ ଚଣ୍ଡିଖୋଲ ବଣିକ ସଘ ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ,ସମାଜସେବୀ ସୁରେନ୍ଦ୍ର ସାମଲ ଓ ଜିଲ୍ଲା ଡ୍ରାଇଭର ସଂଘର ସଭାପତି ମାନସ କୁମାର ଦେବତା ପ୍ରମୁଖ ଉପସ୍ଥିତ ରହି ସଂଘର ଏଭଳି କାର୍ଯ୍ୟକୁ ପ୍ରଂଶସା କରିଥିଲେ । ଜାତୀୟ ରାଜପଥରେ ଯାଉଥିବା ଗାଡି ମାନଙ୍କର ଚାଳକ ଓ ସାଧାରଣ ଯାତ୍ରୀଙ୍କୁ ସଂଘର କର୍ମକର୍ତ୍ତା ମାନେ ମାକ୍ସ ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏଥିରେ ଜଗନ ଜେନା, ଆଲୋକ କୁମାର ଦାସ, ସୁଧୀର ବେହେରା, ତ୍ରିନାଥ ରାଉତ, ପ୍ରମୋଦ କୁମାର ବେହେରା , ପ୍ରଶାନ୍ତ କୁମାର ଦାସ, ଜିତେନ୍ଦ୍ର ରାଉତ୍ରାୟ, ବଳରାମ ବେହେରା ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ ।

Related Posts

About The Author

Add Comment