ବଡଚଣା, ୨୦/୪ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଆଜି ଚଣ୍ଡିଖୋଲ ଛକର ବିଭିନ୍ନ ଓøଷଧ୍ୟ ଦୋକାନରେ ଡଗ୍ର ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । କରୋନା ସମୟରେ ବିଭିନ୍ନ ଓøଷଧର ଅତ୍ୟାଧିକ ମୂଲ୍ୟ ଏବଂ କଳାବଜାରୀ କରାଯାଉଥିବା ନେଇ ଜିଲ୍ଲା ସ୍ତରରେ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗର ଆଧରରେ ଆଜି ଚଣ୍ଡିଖୋଲ ଛକର ଡିଭାଇନ୍ ମେଡିସିନ ଷ୍ଟୋର, ଲିସା ମେଡିସିନ ଷ୍ଟୋର ଓ ରୁକ୍ମଣୀ ମେଡିକାଲ ଷ୍ଟୋରରେ ବିଭାର ଅଧିକାର ମାନେ ଚଢ଼ାଉ କରି ବିଭିନ୍ନ ଓøଷଧ୍ୟର ମୂଲ୍ୟ ତନଖି କରିବା ସହିତ ଗ୍ରହକଙ୍କୁ ସଠିକ୍ ମୂଲ୍ୟରେ ଓøଷଧ୍ୟ ବିକି୍ର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ଚଢ଼ାଉରେ ବଡଚଣା ଥାନା ଏସଆଇ ଜୌତି ରଂଜନ ମହାପାତ୍ର, ଚଣ୍ଡିଖୋଲ ପାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକଙ୍କ ସହ ଜିଲ୍ଲା ଡ୍ରକ୍ସ ଅଧିକାରୀ ହରପ୍ରିୟା ମଲିକ ସାମିଲ ଥିଲେ ।
ଜିଲ୍ଲା ଡ୍ରଗ୍ସ ବିଭାଗର ଚଢ଼ାଉ
|
April 20, 2021 |



