ଚଣ୍ଡିଖୋଲ, ୩/୧୦ (ସନ୍ଧାନ ନିଉଜ/ଏମ ରାଉତ)-ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମପଞ୍ଚାତର ଗ୍ରାମ ରୋଜଗାର ସେବକ ଗାନ୍ଧୀ ଜୟନ୍ତୀ ଦିନ ଗରିବ ହିତାଧିକାରୀମାନଙ୍କ ଉଦେ୍ଦଶ୍ୟରେ ଆସୁଥିବା ଆବାସ ଯୋଜନା ଗୃହ ନିମନ୍ତେ ଜିଓ ଟ୍ୟାଗ କରିବାକୁ ଯାଇଥିଲେ । ସ୍ଥାନୀୟ କିଛି ଯୁବକ ନିଦ୍ଧିଷ୍ଟ ଲୋକଙ୍କ ଘର ଫଟୋ ଉଠେଇବା ସହ ଜିଓ ଟ୍ୟାଗ କରବା ପାଇଁ ଗ୍ରାମ ରୋଜଗାର ସେବକଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ସେ ଏଥିରେ ଅରାଜି ହେବାରୁ ଚାରି ପାଞ୍ଚ ଜଣ ଲୋକ ସେଠାରୁ ତାଙ୍କୁ ଡ଼ାକିଆଣି ଏକ ନିଛାଟିଆ ଜାଗାରେ ମାଡ଼ ମାରିଥିବା ଏକ ଭିଡ଼ଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହୋଇଯାଇଛି । ଗ୍ରାମ ରୋଜଗାର ସେବକ ଆନନ୍ଦ ଖଟୁଆଙ୍କୁ ତାଙ୍କ ସଂଘ ପକ୍ଷରୁ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଥିଲେ । କିନ୍ତୁ ଘଟଣା ଦୁଇ ଦିନ ବିତିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଜିଓ ଟ୍ୟାଗ କରିବାକୁ ଯାଇଥିବା ଗ୍ରାମ ରୋଜଗାର ସେବକଙ୍କୁ ମାଡ଼
|
October 3, 2019 |