ଜାହାଜରେ ଅଗ୍ନିକାଣ୍ଡ: ୬ ଭାରତୀୟ ମୃତ, ୬ ନିଖୋଜ

Spread the love

ନୂଆଦିଲ୍ଲୀ ୨୪/୧(ସନ୍ଧାନ ନିୟୁଜ) ବିଦେଶ ବ୍ୟାପାର ମନ୍ତ୍ରଣାଳୟ ବୁଧବାରଦିନ କହିଛିଯେ, କଳା ସାଗରରେ ତାଞ୍ଜାନିଆ ଧ୍ଵଜା ଲାଗିଥିବା ଦୁଇଟି ଜାହାଜରେ ଲାଗିଥିବା ଅଗ୍ନିକାଣ୍ଡରେ ଛଅ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ ଛଅ ଅନ୍ୟ ନିଖୋଜ ଅଛନ୍ତି। ମନ୍ତ୍ରଣାଳୟ କହିଛି କି ମୃତକ ଭାରତୀୟ ହେଲେ ପିନଲ କୁମାର, ଭାରତ ଭାଇ ଟାଣ୍ଡେଲ, ବିକ୍ରମ ସିଂହ, ସର୍ବନନ ନାଗରାଜନ, ବିଶାଲ ଡୋଡ, ରାଜ ଦେବନାରାୟଣ, କରଣ କୁମାର ହରିଭାଇ ଅଟନ୍ତି। ନିଖୋଜ ଭାରତୀୟମାନଙ୍କ ମଧ୍ୟରେ ସିଦ୍ଧାର୍ଥ ମେହେର, ନୀରଜ ସିଂହ, ସେବସ୍ଟିଯନ ବ୍ରିଟୋ ବ୍ରୀଜଲିନ ସହାୟରାଜ ଏବଂ ଆନନ୍ଦ ଶେଖର ଅବିନାଶ ଋଷିକେଶ ରାଜୂ ସକପାଲ, ଅକ୍ଷୟ ବବନ ଜାଧବ ଅଟନ୍ତି। ଚାରିଜଣ ଭାରତୀୟ ଯେଉଁମାନଙ୍କୁ ବଞ୍ଚାଯାଇପାରିଲା ସେମାନେ ହେଲେ ହରୀଶ ଜୋଈ, ସଚିନ ସିଂହ, ଆଶୀଷ ଅଶୋକ ନାଏର ଏବଂ କମଲେଶ ଭାଇ ଗୋପାଲଭାଇ ଟାଣ୍ଡେଲ। ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି କି ଋଷର ସାମୁଦ୍ରୀକ ଏଜେନ୍ସୀ ଏବଂ ସମୁଦ୍ରୀକ ଉଦ୍ଧାରକାରୀ ଦଳର ମିଳିତ ଉଦ୍ୟମରେ ନିଖୋଜ ଲୋକମାନଙ୍କର ଖୋଜରେ ଲାଗିଛନ୍ତି। ନିଆଁ ଲାଗିଥିବା ଦୁଇଟି ଜହାଜରେ ଚାଳକ ଦଳର ସର୍ବମୋଟ ୩୨ ଜଣ ସଦସ୍ୟ ଥିଲେ। ଯେଉଁଥିରେ ଭାରତୀୟ ଏବଂ ତୁର୍କୀର ନାଗରିକମାନଙ୍କ ବ୍ୟତୀତ ଲିବିୟାର ଜଣେ ଇଣ୍ଟର୍ନ ମଧ୍ୟ ଥିଲେ।

Related Posts

About The Author

Add Comment