ବାରିପଦା୨୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ;- ଥାନା ଭୋଳାଗଡିଆ ଗ୍ରାମ ପଂଚାୟତର ଜୈନିକ ନାବାଳକ ଜାମୁକୋଳି ଖାଇ ଘରକୁ ଫେରିବା ପରେ ସବୁଦିନ ପାଇଁ ଆଖି ବୁଜିଦେଇଛି । ଉକ୍ତ ଘଟଣା ସ୍ଥାନୀୟ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତ ନାବାଳକ ହେଉଛି ଭୋଳାଗଡିଆ ପଂଚାୟତ ସାରଜମଡିହି ଗ୍ରାମର ରୁହ୍ୟା ସିଂଙ୍କ ପୁଅ ଚୈତନ୍ୟ(୧୧)ଚୈତନ୍ୟ ଶନିବାର ପୂର୍ବାହ୍ନରେ ଗ୍ରାମରେ ଥିବା ଏକ ଜାମୋକୋଳି ଗଛରୁ ଜାମୋକୋଳି ଖାଇ ଘରକୁ ଫେରିଥିଲା । ଘରେ ପାଣି ମାଗି ପିଇବା ପରେ ଅସୁସ୍ଥ ହୋଇ ପଡିବା ସହ ତଳେ ପଡିଯାଇଥିଲା ଓ ତା ପାଟିରୁ ଫେଣ ବାହାରୁଥିଲା ବୋଲି ପରିବାର ଲୋକ ପ୍ରକାଶ କରିଥିଲେ ।
ମାଧ୍ୟାହ୍ନରେ ପରିବାର ଲୋକ ଅସୁସ୍ଥ ଚୈତନ୍ୟକୁ ଖୁଣ୍ଟା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥରଲେ । ଚୈତନ ବାଙ୍ଗଡିହା ସ୍କୁଲର ୫ମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ରୁହ୍ୟାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥରବା ବେଳେ ତାଙ୍କର ଝିଅଟିଏ ଅଛି । ପୋଲିସ ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର କାରଣ ଜଣାପଡିବ । ଏହି ଘଟଣାରେ ଗ୍ରାମରେ ଶୋକ ଖେଳିଯାଇଛି ।
ଜାମୁକୋଳି ଖାଇ ଘରକୁ ଫେରିଥିବା ନାବାଳକ ଆଖି ବୁଜିଲା



