ଜାନୁଆରୀ୧୫ରେ ଚୀନ୍‍-ଆମେରିକା ବାଣିଜ୍ୟ ଚୁକ୍ତି

Spread the love

ନ୍ୟୁୟର୍କ,  ୧/୧/୨୦୨୦ (ସନ୍ଧାନ ନିଉଜ) : ଚୀନ୍‍ ସହିତ ଆମେରିକା ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି, ଚଳିତ ମାସ ୧୫ ତାରିଖରେ ହ୍ୱାଇଟ୍‍ ହାଉସ୍‍ଠାରେ ସେ ଚୀନ୍‍ ସହିତ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବେ । ଟ୍ୱିଟ୍‍ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକା-ଚୀନ୍‍ ବାଣିଜ୍ୟିକ ସଂପର୍କ ନେଇ ଅନ୍ୟ ଯେଉଁସବୁ ପ୍ରସଙ୍ଗରେ ମତପାର୍ଥକ୍ୟ ରହିଛି, ସେସବୁ ଦୂରକରିବା ସକାଶେ ସେ କିଛିଦିନ ପରେ ବେଜିଂ ଗସ୍ତ କରିବେ।

ଗତ ଡିସେମ୍ବର ମାସରେ ଘୋଷିତ ଏହି ପ୍ରଥମ ପର୍ଯ୍ୟାୟ ଚୁକ୍ତି ଅନୁଯାୟୀ ଆମେରିକା,ଚୀନ୍‍ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଟିକସ
ହ୍ରାସ କରିବାପାଇଁ ରାଜି ହୋଇଥିବାବେଳେ ଚୀନ୍‍ ଆମେରିକାଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅଧିକ ପରିମାଣରେ କ୍ରୟ କରିବାପାଇଁ ମଧ୍ୟ ସହମତ ହୋଇଛି।

Related Posts

About The Author

Add Comment