ରାଉରକେଲା, ୩୧/୧୨/୨୦ (ସନ୍ଧାନ ନିଉଜ) : ପ୍ରତିବର୍ଷ ନୂତନ ବର୍ଷ ଆଗମନର ପ୍ରଥମ ଦିନରେ ସାରନଗରୀ ସ୍ଥିତ ସିରିଡ଼ି ସାଇବାବା ମନ୍ଦିର ପରିସରରୁ ବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ବାହାରି ଅଂଚଳ ପରିକ୍ରମା କରିଥାଏ । ଏହି ଉତ୍ସବ ସାରନଗରୀରେ ମହା ଆଡମ୍ବରରେ ପାଳନ କରାଯାଇଥାଏ । ଏଥିରେ ବହୁ ସଂଖ୍ୟକ ସାଇପ୍ରେମୀ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥାଏ । ପାଲିଙ୍କି ଯାତ୍ରା ସାରନଗରୀ ସମେତ ଅନ୍ୟ ଅଂଚଳ ପରିକ୍ରମା କରିବା ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ଅଂଚଳରେ ସୃଷ୍ଟି ହୋଇଥାଏ, ମାତ୍ର ବୈଶ୍ୱିକ ମହାମାରୀ କରୋନାର ପ୍ରଭାବ ଯୋଗୁ ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରେ ସାଇବାବାଙ୍କ ପାଲିଙ୍କି ଯାତ୍ରା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ପରିସରରେ ନିରାଡମ୍ବର ଭାବେ ପାଳିତ ହେବ । କେବଳ ରିତୀନୀତି ଓ ବିଧି ଅନୁଯାୟୀ ସାଇବାବାଙ୍କ ଆରାଧନା କରାଯିବ । ସାଇବାବାଙ୍କ ପାଲିଙ୍କି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଏଥର ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଉ ନାହିଁ ବୋଲି ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।
ଜାନୁଆରୀ୧ରେ ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା
|
December 31, 2020 |
