ଧର୍ମଶାଳା, ତା. ୨୫/୦୫ (ସନ୍ଧାନ ନିୟୁଜ୍/ଦିପକ)- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବେଆଇନ କ୍ରସର ବନ୍ଦ ହେବାର ନାଆ ଧରୁନି । ଏଠାରେ ସରକାରଙ୍କର ସମସ୍ତ ନିୟମ କାନୁନକୁ ପଥର ମାଫିଆ ମାନେ ଦଳି ମକଚି ହଟାଇ ଦେବାପାଇଁ ସକ୍ଷମ ହେଇଛନ୍ତି । ଜାତୀୟ ରାଜପଥର କଡରେ ସମସ୍ତ ବେଆଇନ କ୍ରସର ଗୁଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ଓ ଓଡିଶା ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୫ ମସିହା ଜୁନ ମାସରେ ପ୍ରାୟ ୮୦ ଭାଗ କ୍ରସର ବନ୍ଦ କରାଯାଇଥିଲା । କିନ୍ତୁ ଏହି କ୍ରସର ଉପରେ ପ୍ରଶାସନ ରୋକ ଲଗାଇ ର୍ୟାମ୍ପ ଭାଙ୍ଗି ଦେବାସହ ବିଦୁ୍ୟତ୍ ସଂଯୋଗ ବିଚ୍ଛେଦ କରିଥିଲା । କିନ୍ତୁ ପ୍ରଶାସନ ଫେରିବା ପରେ ପରେ ପୁଣି ସମସ୍ତ କ୍ରସର ଚାଲିଲା । ସବୁଠାରୁ ଦୁଃଖ ଦାୟକ ୫୩ ନଂ ଜାତୀୟ ରାଜପଥର ବାଲିସାହି ନିକସ୍ଥ ଧର୍ମଶାଳା ତହସିଲ ଶୁକୁଟି ଝରା ମୌଜାରେ ଥିବା ଏନ୍.କେ.ସି. ନାମକ ଏକ ମେଗା କ୍ରସର ଅଞ୍ଚଳ ବାସୀଙ୍କୁ ଅତିଷ୍ଟ କରିବାର ଅଭିଯୋଗ ହେଇଛି । ଏହି କ୍ରସର ପୁରୁଣା ବଉଳମାଳ ଓ ସାହାଣୀ ଡିହ ପଞ୍ଚାୟତର ମଧ୍ୟ ଭାଗରେ ସ୍ଥାପନ କରାଯାଇଅଛି । ଯାହା କି ଏହି ପଞ୍ଚାୟତର ୬ଟି ଗାଁ ଏହି କ୍ରସରର ଧୂଳି ଧୂଆଁରୁ ମୁକୁଳି ପାରୁ ନାହାନ୍ତି । ଶୁକୁଟିଝରା ମୌଜାର ଖାତା ନଂ୦୨ ଯାହା ସାବକ ଖାତା ପ୍ଲଟ ନଂ୧ ଅବସ୍ଥିତ । ଏହା ସମ୍ପୂର୍ଣ୍ଣ ଜଙ୍ଗଲ କିସମ । ଯାହାର ହାଲ ରେକର୍ଡ ପିରାମିଟ କୋକ୍ ଓଭନର ମାଲିକାନା ଦଖଲରେ ରହିଛି । ଏହି ପ୍ଲାଣ୍ଟର ଆନୁମାନିକ ୩୦୦ ରୁ ୪୦୦ ମିଟର ମଧ୍ୟରେ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶିଶୁ ମନ୍ଦୀର ଓ ପୂର୍ବ ଦକ୍ଷିଣରେ ଏକ ଆଦିବାସୀ ବସ୍ତି ରହିଛି । ଯାହାର ଚତୃପାଖ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି କ୍ରସର ପାଖାପାଖି ଗାଁ ପ୍ରାୟ ୧୦ ରୁ ୧୧ ଜଣ ଲୋକ ଜକ୍ଷ୍ମା ରୋଗରେ ମଧ୍ୟ ପିଡିତ । ଏହି ଚାରି ଘରିଆ ବସ୍ଥିରେ କିଛି ନିଷ୍ପାପ ଶିଶୁ ମଧ୍ୟ ଜକ୍ଷ୍ମା ମଧ୍ୟରେ ପିଡିତ । କିନ୍ତୁ ଏଠାରେ କିଭଳି ଏହି କ୍ରସର •ଲିବା ନିମିତ ପ୍ରଦୂଷଣ ବିଭାଗ ସବୁ ଜାଣିଶୁଣି କ୍ରସର ଚାଲିବା ପାଇଁ ଅନୁମତି ଦେଲା, ତାହା ସାଧାରଣରେ ଅନେକ ପ୍ରଶ୍ନବାଚକ ସୃଷ୍ଟି କରିଛି । ଏହି ମଘୋ କ୍ରସରକୁ ଦୌନିକ ଶହ ଶହ ମେଟ୍ରକ୍ଟନ କଳାପଥର ଉତ୍ପାଦନ କରି ପ୍ରତ୍ୟେହ ଦିନ ଶହ ଶହ ହାଇୱା ଗାଡି ଲୋଡ ହୋଇ ବାହାରକୁ ଚାଲଣ ହେଉଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏହି ଏନ୍.କେ.ସି. ମେଘା କ୍ରସର ବିରୋଧରେ ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ଇଜିଲାସ୍ରେ ଏକ ଜନସ୍ୱାର୍ଥ ମାମଲା ଯାହାର କେସ୍ ନଂ- ୯୮-୯୯/୨୦୧୬ ରେ ରୁଜୁ ହୋଇ ବି•ରଧିନ ଥିଲେ ସୁଧା ଉଚ୍ଚ ନ୍ୟାୟାଳୟର କୌଣସି ନିଷ୍ପତ୍ତି ପାଇବା ପୂର୍ବରୁ ଦିବା ରାତ୍ରି ଖୋଲମ ଖୋଲା •ଲୁଥିବାର ଅଭିଯୋଗ ହେଇଛି । ଏହି କ୍ରସରକୁ ବିଚ୍ଛାଖଣ୍ଡି ବିନାଲିଜ୍ ପାହାଡରୁ କିଛି େ•ରା ପଥର ଏବଂ ଲିଜ୍ ଥିବା ଖାଦାନରୁ ନିର୍ଘ ୮ କିଲୋମିଟର କ୍ରସର ପର୍ଯ୍ୟନ୍ତ ୫୩ ନଂ ଜାତୀୟ ରାଜପଥ ଉପରେ ପରିବହନ କରୁଛି । ଏହା ଆବଶ୍ୟକ ଠାରୁ ଅଧିକ ପଥର ପାଲ ନ ଘୋଡାଇ ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରୁଛି । କିନ୍ତୁ ଚଣ୍ଡିଖୋଲ ପରିବହନ ବିଭାଗ ପ୍ରଦୂଷଣ ବିଭାଗ ଜଙ୍କଲ ବିଭାଗ ଙ୍କ ସମେତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଜାତୀୟ ରାଜପଥର ୩୦ ମିଟର ଦୂୂରେରେ ଚାଲିଛି ଏନ୍.କେ.ସି କ୍ରସର ଆଖି ବୁଜିଛି ପ୍ରଶାସନ
|
May 27, 2018 |