ବାଲେଶ୍ୱର,୨୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ବାଲେଶ୍ୱର ସହରରେ ଭୂତଳ ଜଳାଭାବକୁ ମେଣ୍ଟାଇବା ପାଇଁ ସହରର ସମ୍ବଲପୁର ଅଂଚଳରେ ନିର୍ମାଣ ହେବାକୁ ଥିବା ନଦୀ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ । ଅମୃତ ଯୋଜନାରେ ଏହି ପ୍ରକଳ୍ପର କାମ ଆରମ୍ଭ ହେବାକୁ ଥିଲା । ଏଥି ପାଇଁ ଜାଗା ଚିହ୍ନଟ ହେବା ସହିତ ବଜେଟ ମଧ୍ୟ ବ୍ୟୟବରାଦ ସରିଥିଲା । ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିନି । ତେଣୁ ବାଲେଶ୍ୱରରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅନ୍ୟ ପକ୍ଷରେ ଦିନକୁ ଦିନ ଭୂତଳ ଜଳରାଶୀ କମୁଥିବା ଯୋଗୁ ସହରରେ ପାନୀୟ ଜଳର ଅଭାବ ଦେଖା ଦେଉଛି । ତେବେ ଜଳାଭାବ ସାଙ୍ଗକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରଶାସନ ଓ ରାଜନେତାଙ୍କ ଉଦାସୀନ ମନୋଭାବ ସାଧାରଣରେ ଅସନ୍ତୋଷର କାରଣ ସାଜିଛି ।
ଇାଲେଶ୍ୱର ସହରରେ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ମାଧ୍ୟମରେ ଭୂତଳ ଜଳ ଉତଳୋନ କରି ସସହରବାସୀଙ୍କୁ ଯୋଗାଉଛି । ସହର ଦେଇ ବୁଢାବଳଙ୍ଗ ଓ ନିକଟରେ ସୋନା ଆଦି ନଦୀ ପ୍ରବା୍ହିତ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରିଟମେଣ୍ଟ ପ୍ଲାଣ୍ଟ ନାହିଁ । ଏବେ ବାଲେଶ୍ୱର ବୃହତ ସହରାଂଚଳର ଲୋକ ସଂଖ୍ୟା ଘନତ୍ୱ ପ୍ରତି ବର୍ଗ କିଲୋମିଟରରେ ୮୨୬୪ ଜଣ ଯାହାକି ସମ୍ବଲପୁର ଓ ରାଉଲକେଲା ସହର ଠାରୁ ମଧ୍ୟ ଅଧିକ । ହେଲେ ଆଜି ପର୍ଯ୍ୟନ୍ତ ସହରବାସୀ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତନ୍ତି । ବହୁ ପ୍ରତୀକ୍ଷିତ ପରେ ରାଜ୍ୟ ଏବଂ ଦେଶର କିଛି ପ୍ରମୁଖ ସହର ଭଳି ବାଲେଶ୍ୱରକୁ ମଧ୍ୟ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ବିଶୋଧିତ ପିଇବା ପାଣି ଯୋଗାଣ ହେବାର ଥିଲା । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିବା ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସପୋର୍ଟ (ଅମୃତ) ଯୋଜନାରେ ବାଲେଶ୍ୱର ସହରକୁ ଏହି ସୁବିଧା ମିଳିଥାନ୍ତା । ତେବେ ସରକାରୀ ଅବହେଳା ଓ ଜନ ପ୍ରତିନିଧୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପ ଆଗେଇବାରେ ସମସ୍ୟା ହୋଇଛି । ପ୍ଲାଣ୍ଟ ବସାଇବା ପାଇଁ ସହର ଉପକଣ୍ଠସ୍ଥିତ ସମ୍ବଲପୁର ଠାରେ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ ।ତି ମଧ୍ୟରେ ତିନି ବର୍ଷରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ପ୍ଲାଣ୍ଟ ନିର୍ମାଣରେ ଅଗ୍ରଣୀ କାର୍ଯ୍ୟପନ୍ଥା ଗ୍ôହଣ କରାଯାଉନି ।
ସୂଚନା ଅନୁସାରେ ବର୍ତମାନ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ମାଧ୍ୟମରେ ଭୂତଳ ଜଳ ଉତୋଳନ କରି ସହରବାସୀଙ୍କୁ ପାଣି ଯୋଗାଉଛି । ସହରରେ ପ୍ରତିଦିନ ପ୍ରାୟ ୩୫ ନିୟୁତ ଲିଟରରୁ ଅଧିକ ପାଣି ଆବଶ୍ୟକ ଥିବା ବେଳେ ବିଭାଗ ପକ୍ଷରୁ ଭୁତଳ ଜଳ ଉତୋଳନ କରି ସହରବାସୀଙ୍କୁ ଅବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ପାରୁନି । ଅପରପକ୍ଷେ ଦୀର୍ଘ ଦିନରେ ପାଇପ ଅନେକ ସ୍ଥାନରେ ଫାଟି ଯାଇଥିବା ବେଳେ ବହୁ ସ୍ଥାନରେ ପାଣିର ପ୍ରେସର କାମ ରହୁଛି । ଏବଂ ନିର୍ଦ୍ଧାତିତ ସମୟର ପୂର୍ବରୁ ପାଣି ବନ୍ଦ ହୋଇ ଯାଉଛି । ଅଧିକାଂଶ ସ୍ଥାନରେ ପାଇପ ଜଣା ହେବା ସହିତ ନଷ୍ଟ ହେଲାଣି । ଫଳରେ ପାନୀୟ ଜଳ ପ୍ରଦୂଷିତ ହେଉଛି । ସହରର ଅନେକ ସ୍ଥାନରେ ପାଣିର ବେଗ କମ କରିବା ସହିତ ଖରାଦିନରେ ମଧ୍ୟ ପାଣି ମିଳୁନି । ସେହିପରି ଅମୃତ ଯୋଗାଣ ପାଇଁ ନୂତନ ପାଇପ ବିଛା ଚାଲିଥିବାବେଳେ ୪ ବର୍ଷ ପରେ ମଧ୍ୟ କାମ ସରୁନାହିଁ । ସେହିପରି ପୂର୍ବରୁ ସହରକୁ ପର୍ଯ୍ୟାପ୍ତ ପାଣି ଯୋଗାଇବାରେ ବିଭାଗ ବିଫଳ ହୋଇଥିବା ବେଳେ ବର୍ତମାନର ବିଛାଯାଇ ଥିବା ମୋଟ ପାଇପରେ ପାଣିର ସ୍ରୋତ ଠିକ ରହିବ କି ନା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଭୂତଳ ଜଳରାଶି କମୁଥିବାରୁ ନଦୀଜଳକୁ ଟ୍ରିଟମେଣ୍ଟ କରି ସହରକୁ ଯୋଗାଇ ଦିଆଗଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁନ୍ଧିଜୀବୀଙ୍କ ମତ ।
ଅପରପକ୍ଷେ ସମସ୍ୟାର ସମାଧାନ ପାଇଁ ଅମୃତ ଯୋଜନାରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସମଲପୁର ଠାରେ ଏହି ପ୍ରକଳ୍ପ ହେବାକୁ ଥିବାବେଳେ ସୋନ ନଦୀର ପାଣିକୁ ବିଶୋଧନକରି ପାଇପାରେ ସହରକୁ ଯୋଗାଣ ହେବାର ଥିଲା । ଏହାର ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରକଳ୍ପ ଖର୍ଚ୍ଚ ୧୬୮.୪୪ କୋଟି ଟଙ୍କା ରହିଥିଲା । ପ୍ରକଳ୍ପକୁ ମୋଟ ୧୫ଟି ପ୍ୟାକେଜରେ ଭାଗ କରାଯାଇ ପ୍ରତି ବର୍ଷ କାମ ମଧ୍ୟ ହେବା କଥା । ନଦୀରେ ଜଳସେଚନ ବିଭାଗ ଦ୍ୱାରା ଚେକ ଡ୍ୟାମ କରାଯାଇ ସେଠାରୁ ପାଇପ ଯୋଗେ ନଦୀ ପାଣି ଅସି ସମଲପୁରରେ ପ୍ରସ୍ତାବିତ ପ୍ଲାଣ୍ଟରେ ବିଶୋଧନ ପରେ ନିର୍ମାଣ ହେବାକୁ ଥିବା ୬ଟି ଓଭର ହେଡ ଟ୍ୟାଙ୍କରେ ଗଚ୍ଛିତ ରହିଥାନ୍ତା । ସେଠାରୁ ପାଇପ ଯୋଗେ ସହରକୁ ଯୋଗାଣ ହେବାର ଥିଲା । ତେବେ ପୂର୍ବରୁ ପ୍ରସ୍ତାବିତ ସୋନ ନଦୀରୁ ଖରା ଦିନେ ଜଳ ସ୍ତର କମ ହେବା କାରଣରୁ ଏହି ପ୍ରକଳ୍ପକୁ ସେ ସ୍ଥାନରୁ ସ୍ତାନାନ୍ତର କରିବା ପାଇଁ ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ ଯେ ଭବିଷ୍ୟତରେ ବୁଢାବଳଙ୍ଗ ନଦୀର ରେମୁଣା ବ୍ଲକ ଅଧୀନସ୍ଥ ବାଙ୍କତୀର ନିକଟରୁ ନଦୀ ଜଳ ସଂଗ୍ରହ କରାଯାଇ ଟ୍ରିଟମେଂଟ କରାଯାଇ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ହେବ । ହେଲେ ଏ ନେଇ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନପକ୍ଷରୁ ସେପରି ତତ୍ପରତା ଦେଖା ନଦେବା ଉଦବେଗ ବିଷୟ । ତେବେ ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂତାରେଶ୍ୱର ଜେନା କହନ୍ତି । ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ସମଲପୁର ନିକଟରେ ଜାଗା ଚିହ୍ନଟ ସରିଛି । ସୋନ ନଦୀରୁ ପାଣି ସଂଗ୍ରହ ପାଇଁ ଆମେ ନିଷ୍ପତି ନେଇଥିଲୁ । ମାତ୍ର ଖରା ଦିନରେ ହିଁ ସୋନ ନଦୀର ଜଳ ସ୍ତର କମ୍ ହେିଲା ।ଫଳରେ ପାଣି ସଂଗ୍ରହରେ ସମସ୍ୟା ଉତ୍ପନ୍ନ ହେଲା । ତେଣୁ ଜଳ ସଙ୍କଟ ଦୂରୀକରଣ ପାଇଁ ଭବିଷ୍ୟତରେ ବୁଢାବଳଙ୍ଗ ନଦୀର ବାଙ୍କତୀରା ବ୍ୟାରେଜରୁ ସଂଗ୍ରହ ପାଇଁ ଯୋଜନା ରଚିଛୁ । ଯାହା କି ସନସ୍ୟାସାପେକ୍ଷ । ତେବେ ଅଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆମେ ଚେଷ୍ଟା କରୁଛୁ ।
ଜାଗା ଚିହ୍ନଟରେ ଅଟକକିଛି ପ୍ରକଳ୍ପ କାମ, ବିତିଲାଣି ୩ ବର୍ଷ
|
July 23, 2020 |