ଭଦ୍ରକ, ୨୭/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ବୀଭୂତ ସର୍ବସ୍ବାନ୍ତ ହୋଇଗଲା ଗୋଟିଏ ପରିବାର। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧୁନସୁ ନାଥସାହିରେ ଅଗ୍ନିକାଣ୍ଡ ଘଟିଛି । ନାଥସାହିର ରାଜେନ୍ଦ୍ର ଦାସଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଖତଗଦାର ଅଳିଆରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ୪ ବଖରା ଘର ସଂପୂର୍ଣ୍ଣ ଜଳିଯିବା ସହ ଘରର ସମସ୍ତ ଆସବାବପତ୍ର ସହ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।
ଜଳିଗଲା ୪ ବଖରା, ସର୍ବସ୍ବାନ୍ତ ହୋଇଗଲେ ପରିବାର
|
December 27, 2020 |