ଜଳନିଷ୍କାସନ ବିଭାଜିକାର ରାଣ୍ଡୁଆ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପାଇଁ ବିଭାଗ ନିଲାମ ହେବାକୁ ବସିଲାଣି

Spread the love

ଧର୍ମଶାଳା, (ସନ୍ଧାନ ନିୟୁଜ) ଜଳନିଷ୍କାସନ ବିଭାଜିକାରେ ଆସୁଥିବା ସରକାରଙ୍କ କୋଟି କୋଟି ଟଙ୍କାକୁ ନିର୍ବାହୀଯନ୍ତ୍ରୀଜଣଙ୍କ କିଛି ଠିକାଦାରଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ରୂପେ ଚଳୁ କରିବା ପାଇଁ ସଦାସର୍ବଦା ତତ୍ପର ହୋଇଉଠିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁକିନ୍ଦା ସବ୍ଡିଭିଜନରେ ଏକ ଭାଡୁଆ ଜେଇ ପାଇଁ ସରକାରଙ୍କ ଅନୁଦାନ ୭ କୋଟି ଟଙ୍କା ଏହି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ସମ୍ପୂର୍ଣ୍ଣ ରୂପେ ଚଳୁ କରିବା ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁକିନ୍ଦା ଜେଇ ଜଣକ କେତେଟଙ୍କା ଦରମା ପାଉଥିଲା ବେଳେ ଦଶରଥପୁର ମେଡିକାଲ ପଛରେ ୧୭ ଲକ୍ଷ ଟଙ୍କା ଦେଇ ଜାଗା କିଣି ୨୫ ବଖରା ଘର ଭଡା ଦେବା ଏହା ଆଲୋଚ୍ୟର ବିଷୟ ହୋଇଛି । ଏତେ ପଇସା ଆସିଲା କେଉଁଠୁ ଏହା ସାଧାରଣରେ ଭିଜିଲାନ୍ସ ତଦନ୍ତ ହେବା ପାଇଁ ଲୋକଙ୍କ ମନରେ ଏକ ତଦନ୍ତ କରିବା ପାଇଁ ଆବେଦନ କରାଯାଇଛି । ରାଧେ ରାଧେ ଅଧେ ଅଧେ ନ୍ୟାୟରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ଭାଡୁଆ ଜେଇ ଜଣକ ପାଇଁ ଏ ଅର୍ଥ ସମ୍ପୂର୍ଣ୍ଣ ରୂପେ ଚଳୁ ହୋଇଥିବା ଜଣାପଡିଛି । ଏହାକୁ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଚାଷୀମାନଙ୍କ ମଧ୍ୟରେ ଏକ ଆଶା ଓ ବିଶ୍ୱାସ ରହିଛି । ସେହିପରି ଚଣ୍ଡିଖୋଲ ସବ୍ଡିଭିଜନରେ ଜେଇଏସଜିଓ ସରକାରୀ ଯନ୍ତ୍ରୀ ଜଣଙ୍କୁ ସମ୍ପୁର୍ଣ୍ଣରୂପେ ଚଣ୍ଡିଖୋଲର ସବ୍ଡିଭିଜନକୁ ନ ଆସି ନିଭ ବନ୍ଧୁ ବାନ୍ଧବ ଧରମ ଭାଇ ଧରମ ଶଳା କରି ଚାଷୀଙ୍କ ପାଇଁ ଆସିଥିବା ଅର୍ଥକୁ ସୁହାଇଲାଭଳି ଲୋକଙ୍କୁ ଠିକା କାର୍ଯ୍ୟରେ ନିଯୁକ୍ତି କରି ଉକ୍ତ ସରକାରୀ ଅର୍ଥକୁ ହରିଲୁଟ୍ କରିବାରେ ବ୍ୟସ୍ତ । ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ବାହାରୁ ମଗାଇ କଂଚାମାଂସ ସହିତ ମଦ ଓ ବିଭିନ୍ନ ପ୍ରକାର ବଡ ବଡ ପାର୍ଟି ହୋଟେଲ ବୁକ୍ କରି ଯନ୍ତ୍ରୀଙ୍କ ମନ କିଣିନେଇ ନିଜ ମନ ମୁତାବକ କାର୍ଯ୍ୟକରିବାରେ ବ୍ୟସ୍ତ ଥାଆନ୍ତି । ଡିଙ୍ଗାମରା ନିର୍ବାହୀଯନ୍ତ୍ରୀ ଜଣକ ଅଫିସ ଆସିଲେ ସୁନ୍ଦର ଆନ୍ଧ୍ର ସେଓର ଦରକାର ପଡେ । କିଛି କାର୍ଯ୍ୟ ନକରି ନିଜର ଚେୟାର ଉପରେ ଚାତକ ପକ୍ଷୀ ଭଳି ଚାହିଁ ରହିଥାନ୍ତି । ଯେତେପ୍ରକାର କଳାକାରନାମା ଅଛି ସେଥିରେ ବାବୁ ସବୁକଳାକାରନାମାରେ ଦୁରନ୍ଦର ଥିବା ଜନସାଧାରଣଙ୍କଠାରୁ ଶୁଣିବାକୁ ମିଳେ । ଏମିତିକି ସରକାରଙ୍କ ଅର୍ଥକୁ ନିଜ ସ୍ତ୍ରୀ ବନ୍ଧୁବାନ୍ଧବଙ୍କ ନାମରେ ବ୍ୟାଙ୍କରେ ଜମା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହାକୁ ଭିଜିଲାନ୍ସ ତଦନ୍ତ କରାଗଲେ ଆଉରି କିଛି ସଙ୍ଗୀନ ତଥ୍ୟ ପଦାକୁ ଆସିବ ବୋଲି ଚାଷୀ ମାନଙ୍କ ମନରେ ଆଶା ଆକାଂକ୍ଷା ଭିତରେ ଅଛି ।

Related Posts

About The Author

Add Comment