ଜଳନିଷ୍କାସନ ବିଭାଜିକା ସହକାରୀଯନ୍ତ୍ରୀଙ୍କ ଦୁର୍ନିତିରେ ପ୍ରାୟତଃ ୧୮ କୋଟି ଟଙ୍କାର ହିସାବ ଫୁ ହୋଇଯାଇଛି

Spread the love

ଭୁବନେଶ୍ୱର, ୨୩/୯ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଜଳନିଷ୍କାସନ ବିଭାଜନର ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତିର ଚେର ଏତେ ବଢ଼ିଯାଇଛି ଯେ ଯାହା ଜନସାଧାରଣ ଜାଣିବା ଏତେ ସହଜ ନୁହଁ ।ଚାଷୀଙ୍କ ପାଇଁ ଆସୁଥିବା କୋଟିକୋଟି ଟଙ୍କାକୁ ରାଣ୍ଡୁଆ ମହାପାତ୍ର କୈାଣସି କାର୍ଯ୍ୟ ନକରି ସେ ଅର୍ଥକୁ ଆତ୍ମସାତ୍ କରିବାରେ ପ୍ରବୀଣ ବୋଲି ଚାଷୀଙ୍କ ମହଲରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ରାହାଁଶାଳ ଏବଂ ଶଗଡିଆ ନାଳକୁ ସଫେଇ ପାଇଁ ଆସିଥିବା କୋଟିକୋଟି ଟଙ୍କାକୁ କୈାଣସି କାର୍ଯ୍ୟ ନକରି କିଛି ନିଜ ସମ୍ପର୍କୀୟ ଠିକାଦାରଙ୍କ ଦ୍ୱାରା କରାଇ ସମ୍ପୂର୍ଣ୍ଣ ରୂପେ ଅର୍ଥକୁ ଲୁଟ୍ କରି ଜେଇଇ ଏଚ୍ଡିଓ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଅର୍ଥକୁ ଆତ୍ମସାତ୍ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚ୍ ସୃଷ୍ଟି କରିଛି ।ଏହି କାର୍ଯ୍ୟ ପାଇଁ ୧, ୦୬, ୨୦୧୯ ତାରିଖରେ ଏହି କାର୍ଯ୍ୟ ପାଇଁ ଜନସୂଚନା ଅଧିକାର ବଳରେ କିଛଇ ସୂଚନା ମଗାଯାଇଥିଲା । କିନ୍ତୁ ରାଣ୍ଡୁଆସହକାରୀ ଯନ୍ତ୍ରୀ ଜଣକ ଆଖିରେ  ମାରି ସବୁ ଜାଣି ନ ଜାଣିଲା ପରି ସରକାରଙ୍କ ଆଇନକୁ ଭୃକ୍ଷେପ ନକରି ସୂଚନାର ଉତରକୁ ଫୁ କରିଛନ୍ତି । ଏଥିରେ ବିଭିନ୍ନ କ୍ଲବ୍, ପାର୍ଟି ଆଟେଣ୍ଡ କରି ରାସଲୀଳାରେ ମଗ୍ନ ଥିବା କିଛି ଚାଷୀଙ୍କ ଠାରୁ ତଥ୍ୟ ମିଳିଛି । ନିଜେ ଜଣେ ଠିକାଦାର ଥିଲାବେଳେ ଏବେ ସହକାରୀ ଯନ୍ତ୍ରୀ ସାଜିଛନ୍ତି । କେଉଁ ତୃତୀୟ ଶକ୍ତି ଏହାକୁ କରାଉଛି ବୋଲି ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବାବୁଙ୍କର ଭୁବନେଶ୍ୱର ପୋଖରିଆ ପୁଟରେ ୨୦୦୦ ସ୍କୋୟର ଫୁଟର ଏକ ତି ତଳ ବିଶିଷ୍ଟ ବିରାଟ ବିଲଡିଂ ପାଇଁ ଅର୍ଥ ଆସିଲା କେଉଁଠୁ ? ପୁରୀ ଓ କଟକରେ ମଧ୍ୟ ବିରାଟ ବିରାଟ କୋଠାଥିବା ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି ।

Spy Reporter

Related Posts

About The Author

Add Comment