ରସୁଲପୁର,୧୧/୦୩,(ସନ୍ଧାନ ନିୟୁଜ) କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ଗ୍ରାମରେ ଆଜି ଜମିବାଡି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଉପୁଯିଛି । ଉକ୍ତ ଗଣ୍ଡଗୋଳରେ ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ଜମିବାଡି ବିବାଦକୁ ନେଇ ବଳରାମ ଦାସ ଓ କୃଷ୍ଣ ଚନ୍ଦ୍ର ଦାସଙ୍କର ଜମି ରହିଛି । ଜମି ସୀମାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ରହିଆସୁଛି । ସୀମା ନିର୍ଦ୍ଦାରଣ ପାଇଁ ମାପଚୁପ୍ କରାଯାଉଥିଲା । ସୀମା ନିର୍ଦ୍ଦାରଣକୁ ନେଇ ସହମତି ନହେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁ୍ିଥିଲା । ଏଥିରେ ବଳରାମ ଦାସଙ୍କ ସାନ ଭାଇ ଶ୍ରୀଧର ଓ ପୁଅ ସଂଜୟ ଓ ଅନ୍ୟପକ୍ଷରୁ କୃଷ୍ଣ ଦାସଙ୍କ ପୁଅ ଆରତ ଓ ପରମାନନ୍ଦ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏ ସଂପର୍କରେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ ହୋଇନଥିଲେ ବି ପୋଲିସ ଖବର ପାଇ ଉଭୟ ପକ୍ଷରୁ କିଛି ଲୋକଙ୍କୁ ଧରିଆଣି ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି ।
Report- J Rout
click on allow to subscribe the channel