ଜବରଦଖଲ ଉଚ୍ଛେଦ ସୁଳରେ ଖୋଲିଲା ମାଛହାଟ

Spread the love

ତିହିଡ଼ି , ୩୦/୯ (ସନ୍ଧାନ ନ୍ୟୁଜ୍) :- ଭଦ୍ରକ ଜିଲା ତିହିଡ଼ି ତହସିଲ ପ୍ରଶାସନ ପକ୍ଷରୁ ସୋମବାର ଦୋଳିସାହି ମାଛହାଟରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହାର ଦିନକ ପରେ ମଙ୍ଗଳବାର ମାଛ ହାଟରେ ଦୋକାନ କରି ପରିବାର ଚଳାଉଥିବା ୧୨ଜଣ ଦୋକାନୀ ସକାଳୁ ଅସ୍ଥାୟୀ ତଥା ଛତା ଲଗାଇ ମାଛ ବିକ୍ରି ଆରମ୍ଭ କରିଛନ୍ତି। ତହସିଲ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଦିନ ସନାତନ ମଳିକ, ଭଗବାନ ମଳିକ, ହୃଷିକେଶ ଦାସ ଓ ଶଶିକାନ୍ତ ମଳିକ ପ୍ରମୁଖ ମାଛ ଦୋକାନ ନ ଭାଙ୍ଗିବା ଲାଗି ହାଇକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ପ୍ରଶାସନ ତରବରିଆ ଭାବେ ମାଛହାଟକୁ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି। ସେହିପରି ମାଛ ଦୋକାନୀ ସୁରଥ ମଳିକ, ପ୍ରଫୁଲ ମଳିକ, ଶୁସାନ୍ତ ମଳିକ, ବିଷ୍ଣୁମୋହନ ମଳିକ, ପ୍ରଶାନ୍ତ ମଳିକ, ହରିହର ମଳିକ, ଜହରି ମଳିକ ଓ ଦୁର୍ଯ୍ୟୋଧନ ମଳିକ ମୁଖ ୧୨ଜଣଙ୍କ ଆବେଦନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ଅଛି। ଉଚ୍ଛେଦ ସମୟରେ ଏହି ମାଛ ଦୋକାନୀଙ୍କ ପକ୍ଷରୁ ଆଇଜୀବୀ ହାଇକୋର୍ଟ ରାୟ ସମ୍ପର୍କରେ ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ ସେ ଏହା ଶୁଣି ନ ଥିବା ଅଭିଯୋଗ ହୋଇଛି। ଏନେଇ ଦୋଳସାହି ବଜାର କମିଟି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୋଳିସାହି ସମିତିସଭ୍ୟ ତଥା ବଜାର କମିଟିର ସଭାପତି ଦାଶରଥୀ ମହାପାତ୍ର, ସମ୍ପାଦକ ପ୍ରିୟରଞ୍ଜନ ପାଣିଗ୍ରାହୀ, ମାଧବାନନ୍ଦ ପତି, ଶୁକ ପଶୁପାଳକ, ଗୌରାଙ୍ଗ ପାଢୀ ପ୍ରମୁଖଙ୍କ ସମେତ ବଜାରର ସମସ୍ତ ଦୋକାନୀ ଉପସ୍ଥିତ ଥିଲେ। ସେମାନଙ୍କୁ ଥଇଥାନ କରା ନ ଯାଇ ଦୋକାନ ଉଚ୍ଛେଦ କରିବା ମାଛ ଦୋକାନୀଙ୍କ ପ୍ରତି ଏକ ଅନ୍ୟାୟ ବୋଲି ମତପ୍ରକାଶ ପାଇଛି। ସେମାନଙ୍କୁ ଉପଯୁକ କ୍ଷତିପୂରଣ ପ୍ରଦାନ ସହିତ ସ୍ଥାୟୀ ଭାବେ ଥଇଥାନ କରାଯିବା ପରେ ମାଛ ଦୋକାନୀ ଉକ୍ତ ସ୍ଥାନ ଛାଡ଼ିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ବଜାର କମିଟି ରାଜରାସ୍ତାକୁ ଓହ୍ନାଇବ ବୋଲି ଚେତାବନୀ ଦେଇଛି। ତହସିଲ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ସରକାରଙ୍କ ଆଇନ୍ ଅନୁଯାୟୀ ଅବଗତ କରାଯାଇଛି ଏବଂ ଉଚ୍ଛେଦ ସମୟରେ ମାଛ ଦୋକାନୀମାନେ ହାଇକୋର୍ଟ ରାୟର କୌଣସି ନକଲ ଦେଇପାରି ନ ଥିବା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି। ସରକାରଙ୍କ ଆଇନ୍ ଅନୁଯାୟୀ ବେଆଇନ ଭାବେ ନିର୍ମାଣ । କରାଯାଇଥିବା ଏହି ମାଛହାଟକୁ ଉଚ୍ଛେଦ ବା ? କରିବାର ଅତ୍ୟନ୍ତ ଆବଶ୍ୟକତା ଥିଲା ବୋଲି  ପଣ୍ଡା ପ୍ରକ୍ରିୟାରେ ପ୍ରକାଶ କରିଛନ୍ତି।

Related Posts

About The Author

Add Comment