ଧର୍ମଶାଳା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ଧର୍ମଶାଳା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
Biswajit Parida |
October 2, 2018 |
ଯାଜପୁର,୨/୧୦ (ସନ୍ଧାନ ନିୟୁଜ/ବିଶ୍ଵଜିତ): ଧର୍ମଶାଳା ନିର୍ବାଚନୀ ମଣ୍ଡଳୀର ଜୋନ ନଂ- ୧୧ ରେ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରେଖିଦେଇପୁର ଗ୍ରାମ ପଞ୍ଚାୟତ ଓ ଏଣ୍ଡଳବା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପାଦରେ ଚାଲି ଚାଲି ଲୋକମାନଙ୍କର ସୁବିଧା ଅସୁବିଧା କଥା ବୁଝିଥିଲେ । ସରକାରଙ୍କର ଯେତେଗୁଡିଏ ଯୋଜନା ରହିଛି ତାହା ଲୋକମାନେ ଠିକ ଭାବେ ପାଇପାରୁଛନ୍ତି କି ନାହିଁ ଲୋକ ମାନଙ୍କୁ ପଚାରି ବୁଝିଥିଲେ ।

ଏହି ପଦଯାତ୍ରାରେ ପ୍ରଭାତ କୁମାର ବଳବନ୍ତରାୟ, ପଞ୍ଚାଯତ ସମିତି ଅଧ୍ୟକ୍ଷ ଧର୍ମଶାଳା, ଜିଲ୍ଲା ସାଧାରଣ ସମ୍ପାଦକ, ପ୍ରିଯନାଥ ମହାପାତ୍ର, ସାଂସଦ ପ୍ରତିନିଧି ଉତ୍କଳ ଦାସ, ଦିଲ୍ଲୀପ ବଳ ପର୍ଯବେକ୍ଷକ ଜୋନ- ୧୧, ଜିଲ୍ଲା ପରିଷଦ ସଭ୍ୟା ସୁରେଖା ନାୟକ, ପ୍ରଣତୀ ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ସାଗର ନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ମହାନ୍ତି, ବ୍ଲକ ସଭାପତି ନିରଞ୍ଜନ ବଳ, ରସୁଲପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ସାମଲ, ଅନ୍ୟ ମାନଙ୍କ ମଧ୍ୟରେ ଜଳଧର ସାହୁ, ପୀତାମ୍ବର ନାୟକ, କୃଷ୍ଣଚନ୍ଦ୍ର ସାହୁ, ଧବଳେଶ୍ଵର ପ୍ରଧାନ, ଅଶୋକ ମଲ୍ଲ, ପ୍ରମୋଦ ମିଶ୍ର ଏବଂ ୧୧ ନଂ ଜୋନର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଯୋଗଦାନ କରିଥିଲେ । ପ୍ରାୟ ୨୦୦୦ରୁ ଅଧିକ କର୍ମୀ ଏହି ପଦଯାତ୍ରାରେ ମାନ୍ୟବର ବିଧାୟକଙ୍କ ସହିତ ସାମିଲ ହୋଇଥିଲେ ।
Related Posts
About The Author