ବାରିପଦା ୧୧/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନ୍ ଲକ୍ ୩.୦ରେ ସପ୍ତାହନ୍ତ ସଡାଉନ୍ ଦ୍ବିତୀୟ ଦିନ ବାରିପଦା ସହର ଜନଶୂନ୍ୟ ରହିଥିଲା ଲୋକେ ସଚେତନ ହୋଇ କେହି ଘରୁ ବାହାରି ନ ଥିବା ଦେଖୁବାକୁ ମିଳିଥିଲା ।ସଡାଉନ୍ ପ୍ରଭାବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା ଅଖ, ଚକ, ଦୋକାନ ବଜାର ସବୁ କିଛି ବନ୍ଦ ରହିଥିବା ବଳେ କତେକ ଜରୁରୀସେବା ଜାରି ରହିଥିଲା । ଜିଲ୍ଲାର ସଦର ମହକୁମା ବାରିପଦା ସହର ହୋଇଥିବାରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ଥାନୀୟ ପୋଡାଅସ୍ତିଆ ଛକ, କେସି ଗୋଲେଇ, ଜେଡି ସିନେମା ହଲ ସମ୍ମୁଖ, ମୁର୍ଗାବାଡି, ଷ୍ଟିଲ ଗୋଲେଇ, ସତ୍ୟସାଇ ଛକ, ବାଲେଶ୍ଵର ଗୋଲେଇ ଆଦି ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା । ସହର ମଧ୍ୟରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଜଣେ ଅତିରିକ୍ତ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ୪ ଡିଏସି,୨ ଇନିସ୍ପେକ୍ଟରଙ୍କ ସମେତ ୨୨ ଜଣ ଅଫିସ ମୁତୟନ ହୋଇଥିଲେ । ତଥାପି ରବିବାର ଛୁଟିଦିନ ଥିବାରୁ କେତକ ସହର ବାସିନ୍ଦା ସଡାଉନ୍ କଟକଣାକୁ ଅବମାନନା କରିଥିବା ଦେଖବାକୁ ମିଳିଥିଲା । ଲକଡାଉନ୍ ସତ୍ବେ ମାସ୍କ ବ୍ୟବହାର ନ କରି ବାହାରେ ବୁଲାବୁଲି କରୁଥିବା ଲୋକଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବଳେ ମୋଟରଯାନ ନିୟମ ଉଲ୍ଲଘନକାରୀଙ୍କ ଠାରୁ ୪ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିବା ବାରିପଦା ଟାଉନ୍ ଥାନାଅଧୁକାରୀ ସୂଚନା ଦେଇଛନ୍ତି । ଏଥିସହିତ କୋଭିଡ୍ କଟକଣାକୁ ଅବମାନନା । କରୁଥିବା ଲୋକଙ୍କୁ ସାବାଡ କରିବା । ପାଇଁ ସହର ମଧ୍ୟରେ ଘନାଘନା । ପାଟ୍ରୋଲିଂ ଗାଡି ଚକୁ କାଟିଥିବା ବଳେ । ସିସିଟିଭି ଗାଡି ପଇନ୍ତରା ମାରିଥିଲା । ଯେଉଁମାନେ ବାଇକ୍ ଓ ଚାରି ଚକିଆ ଯାନ ଧରି ଘରୁ ବାହାରୁଥିଲେ ରାସ୍ତାରେ । ପୁଲିସ୍ ସେମାନଙ୍କୁ ଅଟକାଇ ଟିକନିଖ ଯାଞ୍ଚ କରୁଥିବା ଦେଖୁବାକୁ ମିଳିଥିଲା ।
ତାଜା ଖବର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ମହୁଲପୋଚ ନଷ୍ଟ ସହିତ ଦେଶୀମଦ ଜବତ
- ଦେଓଭୁବନପୁର ପଞ୍ଚାୟତ କଉଡ଼ି ପଡା ପଡିଆ ଠାରେ “ଏକ ପେଡ ମା କେ ନାମ ପର “କାର୍ଯ୍ୟକ୍ରମ
- ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଦଶହରା ସୁଦ୍ଧା ଅଡିସନ୍ ସାରିବାକୁ ନିର୍ଦ୍ଦେଶ
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।
- ସାଧାରଣ ଲୋକଙ୍କ ସେବା ରେ ବିଧାୟକ ତଥା ସେବକ ହିମାଂଶୁ ଶେଖର ସାହୁ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଜି କାରାମ ପୂଜା-ପର୍ବରେ ପ୍ରକୃତି ପ୍ରତି ଆସ୍ଥାର ଝଲକ, ୪୦ଟି ଗାଁର ଲୋକଙ୍କ ସମାଗମ
- ପବିତ୍ର ସୁନିଆ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ମୃତ୍ତିକା ଅନୁକୂଳ
- ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ।
- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ



