ସୁନ୍ଦରଗଡ ତା:୫/୯/୨୦୨୬( ସନ୍ଧାନ ନ୍ୟୁଜ) ରାଜ୍ୟ ରେ ରାସ୍ତା, ପୋଲ ନିର୍ମାଣ ନିମନ୍ତେ ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତିଳେଇକାନି ପଂଚାୟତ ର ଶିକାଜୋର ଗ୍ରାମରେ ଏହାର ଓଲଟା କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି l ସରକାରଙ୍କ ପକ୍ଷରୁ କେବେ ଅନୁଦାନ ଦେଲେ ରାସ୍ତା ତିଆରି ହେବ ବୋଲି ଗ୍ରାମବାସି ସ୍ବପ୍ନ ଦେଖିଲେ କିନ୍ତୁ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା l ଶେଷ ରେ ଗାଁ ର ମିତ୍ର ତନ୍ତୀ ନାମକ ଭଦ୍ର ବ୍ୟକ୍ତି ନିଜେ ୪୦ ହଜାର ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗତବର୍ଷ ରାସ୍ତା ତିଆରି କରିଥିଲେ କିନ୍ତୁ ଏ ବର୍ଷ ର ଲଗାଣ ବର୍ଷାରେ ପୋଲକୁ ଧୋଇ ଦେଲା l ଲୋକେ ଚଳ ପ୍ରଚଳ ପାଇଁ ଅନେକ ଅସୁବିଧା ସହିତ ଶିକ୍ଷା ,ସ୍ବାସ୍ଥ୍ୟ କ୍ଷେତ୍ରରେ ରୀତିମତ ଅସୁବିଧା ଦେଖିବାକୁ ମିଳିଛି । ସ୍ଥାନିୟ ଅଞ୍ଚଲ ବ୍ଲକ ଲୋକପ୍ରତିନିଧିଙ୍କ ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ପଞ୍ଚାୟତ ତଥା ସମିତି ଭୋଟ ସମୟରେ ଲୋକଙ୍କୁ ମିଠା ମିଠା କଥା କହିଥାନ୍ତି କିନ୍ତୁ ଭୋଟ ଜିତିଲା ପରେ ଧାରା ଦେଇ ନଥିବା ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଛି । ସ୍ଥାନୀୟ ସରପଞ୍ଚ ଏ ବିଷୟରେ ପଚାରିବାରୁ ତାଙ୍କ ପାଖରେ ସମୟ ନାହିଁ ଓ ସେ ବ୍ୟାଙ୍କ୍ କାମରେ ଯାଉଥିବା କଥା କହିଥିଲେ । ପଞ୍ଚାୟତ ପ୍ରତିନିଧି, ସମିତି ପ୍ରତିନିଧି ସହିତ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାର୍ଥପରତା ପାଇଁ ଆଜି ପର୍ଯ୍ୟନ୍ତ ଶିକାଯୋର୍ ସନାକୁଦର ପଡ଼ା ର ପୋଲ ସହିତ ରାସ୍ତାର ଉନ୍ନତିକରଣ ହୋଇ ନ ଥିବା ସ୍ଥାନିୟ ବାସିନ୍ଦା ପ୍ରକାଶ କରିଛନ୍ତି । ଗ୍ରାମ ସଭାରେ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟ ନ ହେଉଥିବା କାରଣରୁ ଜନପ୍ରତିନିଧିଙ୍କ କୌଣସି ସ୍ୱାର୍ଥ ନିହିତ ଥିବା ସୂତ୍ରରୁ ପ୍ରକାଶ ପାଉଛି ।ହେଲେ ମଧ୍ୟ ପ୍ରଶାସନିକ ତରଫରୁ କାହାରି ନଜର ଏ ରାସ୍ତା ଉପରେ ପଡିପାରୁ ନାହିଁ। ଜିଲ୍ଲା ପ୍ରଶାସନ କୁ ଏଥିରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
|
September 5, 2026 |



