ଜଳେଶ୍ବର, ୦୭.୦୨.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଗୋବରଘଟା ଗ୍ରାମରୁ ଜଣେ ବିବାହିତ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗୋବରଘଟା ଗ୍ରାମର ଶ୍ରୀଧର ଯାଦବଙ୍କ ପୁଅ କାହ୍ନୁ ଯାଦବ (୨୩) ସହିତ ସିଙ୍ଗଲା ଥାନା ଆମ୍ବକୁଡୁଚି ଗ୍ରାମର ନାରାୟଣ ସେନାପତିଙ୍କ ଝିଅ ସୁଭଦ୍ରା ସହିତ ବୈଦିକ ରୀତିରେ ବାହାଘର ହୋଇଥିଲା। ଆଜି ବାହାଘରର ୨ୟ ଦିନରେ ଝିଅର ବୟସ କମ ଥିବା ଖବର ପାଇ ଜିଲ୍ଲା ଚାଇଲ୍ଡ ଲାଇନର ଯୁଗ୍ମ ନିର୍ଦେଶକ ପ୍ରଶାନ୍ତ କୁମାର ରାଉତ, ଉପକେନ୍ଦ୍ର ବାଲିଆପାଳ, ସିଡିପିଓ ଦୀପ୍ତିମୟୀ ପୁଥାଳ, ଜଳେଶ୍ଵର ଏବଂ ଜଳେଶ୍ଵର ପୋଲିସ ଗୋବରଘାଟା ଗ୍ରାମକୁ ଯାଇ ନାବାଳିକା ଝିଅକୁ ଉଦ୍ଧାର କରିଥିଲେ। ଉକ୍ତ ଝିଅକୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ଉପସ୍ଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ଚାଇଲ୍ଡ ଲାଇନର ଜିଲ୍ଲା ଯୁଗ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ରାଉତ।
ଜଣେ ବିବାହିତ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ
|
February 7, 2021 |