ଜଙ୍ଗଲରେ ନିଆଁ ନ ଲଗେଇବାକୁ ସଚେତନ ନାଗରିକ ମଞ୍ଚର ସଚେତନତା ବାର୍ତ୍ତା

Spread the love
ଜେନାପୁର, ୦୭/୦୩ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଜଅଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଭବିଷ୍ୟତ ଯିବ ବିନାଶ ହୋଇ |  ଜଙ୍ଗଲ କେବଳ ଯେ ବୃକ୍ଷ ଙ୍କୁ ସାଇତି ଛି ତାହା ନୁହେଁ ହଜାର ହଜାର ଜୀବଜନ୍ତୁ ଙ୍କ ଆଶ୍ରା। ପରିବେଶ  ତଥା ଜୀବଜଗତ ର ସନ୍ତୁଳନ ରେ ଜଙ୍ଗଲ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସଚେତନତା ର ଲକ୍ଷ୍ୟ ରେ ସଚତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଜଙ୍ଗଲ ରେ ନିଆଁ ନାଲଗାଇବା କୁ ସଚେତନତା ଅଭିଯାନ। ଏଥିପାଇଁ ଜଙ୍ଗଲ ର ଉପକାରିତା ପଥ ପ୍ରାନ୍ତ ସଭା ମାଧ୍ୟମରେ ଅବଗତ କରାଯାଉଛି। ଏହା ସହିତ ଏହି ସଭା ରେ ଶିମିଳିପାଳ  ଜଙ୍ଗଲ ର ରକ୍ଷା ପାଇଁ ଦୁଇ ମିନିଟ ନିରବ ପ୍ରାଥନା ମଧ୍ୟ କରାଯାଇଛି। ଆଜି  ବଲାଂଗିଆ ଆଦିବାସୀ ଗ୍ରାମ ରେ ଛାତ୍ର, ମହିଳା ଓ ଗ୍ରାମ ର ମୁରବି ମାନେ ସାମିଲ ହୋଇଥିଲେ। 

Related Posts

About The Author

Add Comment