ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା

Spread the love

ଭୁବନେଶ୍ୱର, ୧୯/୦୫ (ସନ୍ଧାନ ନିଉଜ) ଅମ୍ଫାନ ପ୍ରଭାବରେ ଓଡିଶା ଉପକୂଳରେ ଆଜି ଓ କାଲି ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଜଗତସିଂହପୁର, କେନ୍ଦ୍ରାପଡାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବଂ ତାପରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ଷା ହେବ । ତେବେ ବାଲେଶ୍ୱର ଓ ଭଦ୍ରକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦେଇ ଏହିସବୁ ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଆଜି ପାଗ ବଦଳିଛି । ଝିପିଝିପି ବର୍ଷା ସାଙ୍ଗକୁ ପାଗ କୋହଲା ରହିଛି ।

Related Posts

About The Author

Add Comment