ଗୁରୁଗ୍ରାମ, ୧୪/୧୨ (ସନ୍ଧାନ ନିଉଜ) : ଦିନକୁ ଦିନ ଦେଶରେ ଦୁଷ୍କର୍ମର ମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଅନେକ କଥାକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି କୁହାଯାଉଛି। ଅଧିକାଂଶ ଲୋକ ଝିଅମାନଙ୍କ କ୍ଷୁଦ୍ର ପୋଷାକକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି ମତ ରଖୁଛନ୍ତି। ସାଧାରଣ ଲୋକଙ୍କ କଥା ଭିନ୍ନ, ଗୁରୁଗ୍ରାମର ଜଣେ ପୁଲିସ୍ କର୍ମୀ ଏବେ ଏପରି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଝିଅମାନଙ୍କ ପୋଷାକକୁ ଦୁଷ୍କର୍ମ ବୃଦ୍ଧିର କାରଣ ବୋଲି କହିବା ସହ କ୍ଷୁଦ୍ର ପୋଷାକ ପିନ୍ଧୁଥିବା ଝିଅମାନଙ୍କୁ ହତ୍ୟା କରି ଦିଆଯିବା ଉଚିତ ବୋଲି ମତ ରଖିଛନ୍ତି।
ସେ କହିଛନ୍ତି କି ଛୋଟ ପୋଷାକ ପିନ୍ଧୁଥିବା ଝିଅମାନଙ୍କୁ ତାଙ୍କ ବାପାମାଆ ହତ୍ୟା କରି ଦେବା ଉଚିତ। ନଚେତ ବାହାର ଲୋକ ସେମାନଙ୍କୁ ହତ୍ୟା କରିଦିଅନ୍ତୁ।
ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ନାଓ’ ପକ୍ଷରୁ କରାଯାଇଥିବା ଏକ ଷ୍ଟିଙ୍ଗ୍ ଅପରେସନ୍ରେ ପୁଲିସ୍ ଜଣକ କହୁଥିବାର ନଜର ଆସିଛନ୍ତି, ‘କୌଣସି ବି ଦୁଷ୍କର୍ମ ବଳପୂର୍ବକ ନୁହେଁ, ସବୁ ଇଚ୍ଛା ମୁତାବକ ହେଉଛି। ପ୍ରଥମେ ବାପାମାଆମାନେ ସେମାନଙ୍କ ଝିଅକୁ କିପରି ପୋଷାକ ପିନ୍ଧିବା ଉଚିତ ଶିଖାଇବା ଦରକାର। କିପରି ପୋଷାକ ପିନ୍ଧି ବାହାରକୁ ଯିବା ଉଚିତ ବାପାମାଆମାନେ ନିଜ ଝିଅକୁ ସେ ବିଷୟରେ ଉଚିତ ଶିକ୍ଷା ଦେବା ଆବଶ୍ୟକ। ସେମାନେ ଅପରାଧକୁ ନିମନ୍ତ୍ରଣ ଦେଉଛନ୍ତି। ଅନେକ ସମୟରେ ପୁଲିସ୍କୁ ଦୋଷ ଦିଆଯାଉଛି। ମାତ୍ର ଗୋଟିଏ ହାତରେ କେବେ ତାଳି ବାଜେନି। ଆମେ ପୁଲିସ୍ ମାନେ ଥଣ୍ଡାରେ ଥରିଯାଉଛୁ। ମାତ୍ର ସେ ଝିଅମାନଙ୍କୁ ଥଣ୍ଡା ଲାଗୁନି ଯେ ସେମାନେ ଏତେ ଛୋଟ ଛୋଟ କପଡ଼ା ପିନ୍ଧି ବୁଲୁଛନ୍ତି!