ଛନକା: ମାଟ୍ରିକ୍‌ ଭଳି ହେବନି ତ ଯୁକ୍ତ-୨ ?

Spread the love

ଭୁବନେଶ୍ୱର 10/07 (ସନ୍ଧାନ ନିଉଜ ) ୯୦ ପ୍ରତିଶତରୁ ଅଧିକ ପିଲା ଚଳିତ ବର୍ଷ ଯୁକ୍ତଦୁଇରେ ପାସ୍ କରିବେ । ପରୀକ୍ଷା ନକରି ମୂଲ୍ୟାୟନ ପୂର୍ବରୁ ଏମିତି ମନ୍ତବ୍ୟ କିଛିଦିନ ତଳେ ଦେଇଥିଲେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ । ତେବେ ପାସ୍ ହାର ସିନା ବଢିବ ହେଲେ ସଠିକ୍ ମୂଲ୍ୟାୟନ ହେବ ତ ? ତାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଆଶଙ୍କା । ସେପଟେ ଶିକ୍ଷାବିତଙ୍କ ପୂର୍ବାନୁମାନ ହେଲା ମାଟ୍ରିକଠାରୁ ଯୁକ୍ତଦୁଇରେ ଅଧିକ ଅବ୍ୟବସ୍ଥା ଭଳି ସ୍ଥିତି ଉପୁଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା । ମାଟ୍ରିକ୍ ଭଳି ଯୁକ୍ତଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଦେଖିବାକୁ ମିଳିବନି ତ? ସ୍ୱଚ୍ଛତା ବଜାୟ ରହିବ ତ? ବିଶେଷ କରି ଘରୋଇ କଲେଜଗୁଡିକ ପ୍ରୋଜେକ୍ଚ ବା ପ୍ରାକ୍ଟିକାଲ୍ ପେପରରେ ଅଧିକ ମାର୍କ ଦେଇ ନିଜ ପାସ୍ ହାର ବଢାଇକୁ ଚେଷ୍ଟା କରିପାରନ୍ତି। ଯାହାକି ମାଟ୍ରିକ ମୂଲ୍ୟାୟନ ସମୟରେ ଅଭିଯୋଗ ଆସିଥିଲା । ତେବେ ଯୁକ୍ତ ଦୁଇରେ ଏହାକୁ ଚେକ୍ ଦେବା ଲାଗି ଗତକାଲି ସିଏଚ୍ଏସ୍ଇ ପକ୍ଷରୁ ଜାରି ହୋଇଛି ମାର୍ଗ ଦର୍ଶିକା। ଯେଉଁଥିରେ କଲେଜଗୁଡିକ ପ୍ରାକ୍ଟିକାଲ ପେପର ଲାଗି କିଭଳି ମାର୍କିଂ କରାଯିବ ତାହା ଉଲ୍ଲେଖ ରହିଛି। ମାର୍କ ଦେବା ସମୟରେ କଲେଜର ଗତ ତିନି ବର୍ଷର ପ୍ରଦର୍ଶନକୁ ବି ବିଚାରକୁ ନିଆଯିବ। ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ୍ କରାଯାଇପାରିବ ନାହିଁ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଚିଠିରେ ଉଲ୍ଲେଖ କରିଛନ୍ତି।

Related Posts

About The Author

Add Comment