ବଡଚଣା ୧୭/୦୫ (ସନ୍ଧାନ ନିଉଜ) କୋଭିଡ ମହା ମାରୀର ଭୟାବହ ସଂକ୍ରମଣରେ ପ୍ରତିଟି ଜନ ଜୀବନ, କେବଳ ମାତ୍ର ସଚେତନତା ହିଁ ଜୀବନର ରକ୍ଷା କବଚ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା।ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପ୍ରେସ୍ କ୍ଲବ ପକ୍ଷରୁ ସ୍ଥାନୀୟ ଦଳେଇ ସାହିରେ କରୋନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଛତିଆ ପ୍ରାଥମିକ ସ୍ବାସ୍ଥ୍ୟ ଅଧିକାରୀ ଅଶୋକ କୁମାର ମିଶ୍ର ଏବଂ ବୈରୀ ଥାନା ଅଧିକାରୀ ମାର୍କଣ୍ଡେୟ ମିଶ୍ର ଯୋଗ ଦେଇ ବର୍ତ୍ତମାନ ମହାମାରୀର ଦ୍ବିତୀୟ ଲହର ସମୟରେ ଯେପରି ଭାୟାବହ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଆମକୁ ଘରେ ରହିବା ସହିତ ସମସ୍ତେ ସଚେତନ ରହିବ ଓ ଦୁଇଟି ଲେଖାଏଁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ଆବଶ୍ୟକତା ନ ଥିଲେ ବହାରିବାକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ପ୍ରେସ କ୍ଲବ ପକ୍ଷରୁ ସାହିର ଲୋକମାନଙ୍କ ସମେତ ପିଲା ଛୁଆମାନଙ୍କୁ ମାସ୍କ, ବିସ୍କୁଟ ଓ ସାବୁନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମୋହନ ଖିଲାର, କମଳା କାନ୍ତ ପାଲ୍, ଶରତ ନାୟକ, ପ୍ରଦ୍ୟୁମ୍ନ କୁମାର ଓଝା, ମନୋଜ କୁମାର ସାମଲ, ତୁଷାର ରଞ୍ଜନ ସାହୁ, କାର୍ତ୍ତିକ ଚନ୍ଦ୍ର ରାଉତ, ହିମାଂଶୁ ଭୁଷଣ ବେହେରା, ଚନ୍ଦ୍ରଶେଖର ପୃଷ୍ଟି, ଜୟକାନ୍ତ ରାଉତ,ବ୍ରଜଗୋପାଲ ଦାସ, ବିଭୂପ୍ରସାଦ ମହାରଣା , ଶୈଳେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ। ପ୍ରେସ କ୍ଲବର ଏହି ପଦକ୍ଷେପ କୁ ସ୍ୱାସ୍ଚ୍ଛାସେବୀ ଓ ବୁଦ୍ଧି ଜୀବୀମାନେ ପ୍ରଶଂସା କରିଥିବା ବେଳେ,ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ମହାପାତ୍ର ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି।
ଛତିଆ ପ୍ରେସ କ୍ଲବ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ
|
May 17, 2021 |