ଚୀନର ବିଖ୍ୟାତ ବୌଦ୍ଧ ପଣ୍ଡିତ  ଫାହିଏନଙ୍କ ଭାରତ ଭ୍ରମଣ (ଖ୍ରୀ 334 ରୁ 416)

Spread the love
ଚୀନର ବିଖ୍ୟାତ ବୌଦ୍ଧ ପଣ୍ଡିତ  ଫାହିଏନଙ୍କ ଭାରତ ଭ୍ରମଣ (ଖ୍ରୀ 334 ରୁ 416)
ଏହି ବୌଦ୍ଧ ଭିକ୍ଷୁ ଚୀନର ଛନଗାନ ବୌଦ୍ଧ ମଠର ବାସିନ୍ଦା l ତାଙ୍କୁ 65  ବର୍ଷ ବୟସ ହୋଇଥିବା ବେଳେ ସେ ଅନ୍ୟ ଦଶ ଜଣ ବୌଦ୍ଧ ଭିକ୍ଷୁଙ୍କ ସହିତ ବୁଦ୍ଧଙ୍କ ଦେଶ ପରିଭ୍ରମଣରେ ଆସିଥିଲେ l
ସେହି ଦଶ ଜଣଙ୍କ ମଧ୍ୟରୁ ଅଳ୍ପ ବାଟ ଆସି କିଏ ଫେରିଗଲେ, କିଏ ରୋଗାକ୍ରାନ୍ତ ହୋଇ ମରିଗଲେ, କିଏ ଭାରତରେ ସବୁଦିନ ପାଇଁ ରହିଗଲେ l ଏକମାତ୍ର ଫାହିଏନ ଚୀନର ଛନଗାନରୁ ଦୁର୍ଗମ ପାମିର ମାଳଭୂମି, ତିବ୍ବତର ଶୀତଳ ମରୁ, ଗାନ୍ଧାର, ତକ୍ଷଶୀଳା, ପେଶୱାର, ମଥୁରା, ଶ୍ରାlବସ୍ତୀ, କପିଳବlସ୍ତୁ, ଲୁମ୍ବିନୀ, କୁଶିନଗର, ବୈଶାଳୀ, ପାଟଳୀପୁତ୍ର, ରାଜଗୃହ, ଗୁଧ୍ରକୂଟ, ବୋଧଗୟା, ବାରଣାସୀ, କୌସlମ୍ବି, ଚମ୍ପା, ତାମ୍ରଲିପ୍ତି ବନ୍ଦରରୁ ଜାହାଜରେ ସିଂହଳ ଜଳଯାତ୍ରା  l
କାଣ୍ଡି, ଅନୁରାଧାପୁରମ, ଦନ୍ତପୁର, ଜାଫନା ଦେଇ ପୁଣି ଜଳଯାତ୍ରା କରି ଯବଦ୍ବୀପ, ସେଠାରୁ ଲାଓସ l
ଲାଓସରୁ ପୁଣି ଜଳଯାତ୍ରା କରି ଚୀନର   ଛିଂଗଛୌ l ପୁଣି ସେଠାରୁ ଛନଗାନ ପ୍ରତ୍ୟାବର୍ତ୍ତନ l  ଛନଗାନ ଫେରିଲା ବେଳକୁ ଖ୍ରୀ 414  l
ଫାହିଏନ ଥିଲେ ଅସାଧାରଣ ବିଦ୍ୱାନ ପଣ୍ଡିତ  l ଚୀନା ଓ ତିବ୍ବତୀୟ ଭାଷା ବ୍ୟତୀତ ସେ ଭାରତକୁ ଆସି ସଂସ୍କୃତ ଓ ପାଲି ଭାଷା ମଧ୍ୟ  ଶିକ୍ଷା କରିଥିଲେ l ବୌଦ୍ଧଗ୍ରନ୍ଥ ସୂତ୍ର ପିଟକ, ବିନୟ ପିଟକ ଓ ଅଭିଧର୍ମ ପିଟକକୁ ଚୀନା ଭାଷାରେ ସେ ପ୍ରଥମ ଅନୁବାଦ କରିଥିଲେ l ଏହା ବ୍ୟତୀତ ଧମ୍ମପଦ ସମେତ ଅନେକ ଉପାଦେୟ ଗ୍ରନ୍ଥକୁ ଅନୁବାଦ କରି ସାଙ୍ଗରେ ଚୀନ କୁ ନେଇଥିଲେ l
ଫାହିଏନ ଭାରତ ଭ୍ରମଣରେ ଆସିବା ବେଳକୁ ଭାରତର ସମ୍ରାଟ ସମୁଦ୍ରଗୁପ୍ତଙ୍କ ସୁପୁତ୍ର ଦ୍ଵିତୀୟ ଚନ୍ଦ୍ରଗୁପ୍ତ ଶାସନ କରୁଥାନ୍ତି l ସେ ବିକ୍ରମାଦିତ୍ୟ ନାମରେ ଥିଲେ  ସୁପ୍ରସିଦ୍ଧ l
ବୃଦ୍ଧ ଅବସ୍ଥାରେ ଜଣେ ଦୃଢ଼ମନା ବ୍ୟକ୍ତି କିପରି ପ୍ରାଣମୂର୍ଛା ଉଦ୍ୟମ କରି ଅନେକ  ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଅସାଧ୍ୟ ସାଧନ କରିପାରେ ତାହା ଆମେ ଫାହିଏନଙ୍କ ଭାରତ ଭ୍ରମଣ ବୃତ୍ତାନ୍ତରୁ  ଜାଣୁଛେ l
ତଥ୍ୟ ସଂଗ୍ରହ
ଫାହିଏନଙ୍କର ଭାରତ ଭ୍ରମଣ –  ଅନୁବାଦ ଓ ସମ୍ପାଦନା – ସଚ୍ଚିଦାନନ୍ଦ ମିଶ୍ର l (2005)
A Record of the Buddhist Countries – Lee Yung Tse (1957)

Related Posts

About The Author

Add Comment