ଚୀନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୪୪ଟି ନୂଆ ସଡ଼କ ର୍ନିମାଣ କରିବାକୁ ଯାଉଛି ଭାରତ

Spread the love

ନୂଆଦିଲ୍ଲୀ, ୧/୧(ସନ୍ଧାନ ନ୍ୟୁଜ) : ଚୀନକୁ ମାତ୍‌ ଦେବାକୁ ଭାରତ ଏବେ କଡ଼ା ପଦକ୍ଷେପ ଦେବାକୁ ଯାଉଛି। ଚୀନ ସୀମାକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ୪୪ଟି ନୂଆ ସଡ଼କ ର୍ନିମାଣ କରିବାକୁ ଯାଉଛନ୍ତି ଭାରତ ସରକାର। ଏହି ସଡ଼କଗୁଡିକ ସାମରିକ ଦୃଷ୍ଟିକୋଣରୁ ଭାରତକୁ ବେଶ ଶକ୍ତିଶାଳୀ କରିବ। କାରଣ ଏହି ଅଞ୍ଚଳରେ ପହଞ୍ଚିବାକୁ ପୂର୍ବରୁ ଭାରତକୁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହାଛଡା ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଖାସକରି ପଞ୍ଚାବ ଓ ରାଜସ୍ଥାନରେ ୨୧୦୦ କିଲୋମିଟର ସଡ଼କ ର୍ନିମାଣ କରିବାକୁ ଯୋଜନା କରାଯାଇଛି। ସିପିଡବ୍ଲୁଡି ପକ୍ଷରୁ ଚଳିତ ମାସ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ୪୪ଟି ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସଡ଼କ ର୍ନିମାଣ କରିବାକୁ ଉଲ୍ଲେଖ ରହିଛି। ଯାହାଫଳରେ ଜରୁରୀକାଳୀନ ସ୍ଥିତିରେ ସେନା ତୁରନ୍ତ ଏହି ଅଞ୍ଚଳରେ ପହଞ୍ଚିପାରିବେ।
ଜମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରତ ଏବଂ ଚୀନ ମଧ୍ୟରେ ୪୦୦୦ କିଲୋମିଟର ନିୟନ୍ତ୍ରଣ ରେଖା ରହିଛି। ଗୋଟିଏ ପଟେ ଚୀନ ମଧ୍ୟ ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକରେ ରାସ୍ତା ର୍ନିମାଣ ଆରମ୍ଭ କରିଥିବା ବେଳେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ରାସ୍ତା ର୍ନିମାଣ କରିବାକୁ ପ୍ରାଥମିକତା ଦେଇଛି।

ଗତବର୍ଷ ଡୋକଲାମରେ ଚୀନର ସଡ଼କ ର୍ନିମାଣ କାର୍ଯ୍ୟ ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଦେଶର ଯବାନ ଡୋକଲାମରେ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ। ଆଉ ଏସବୁକୁ ଦୃଷ୍ଟିରେ ରଖି ଭାରତ ଏବେ ସୀମା ଅଞ୍ଚଳରେ ସଡ଼କ ର୍ନିମାଣ କରିବାକୁ ଯୋଜନା କରୁଛି। ଏହି ୪୪ଟି ରାସ୍ତା ର୍ନିମାଣ ପାଇଁ ପାଖାପାଖି ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଛଡା ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ୨୧୦୦ କିଲୋମିଟର ରାସ୍ତା ର୍ନିମାଣ ପାଇଁ ୫୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ସାମରିକ ଦୃଷ୍ଟିକୋଣରୁ ଭାରତ ବେଶ ଶକ୍ତିଶାଳୀ ହୋଇଯିବ।

Related Posts

About The Author

Add Comment