କଟକ, ୧୬/୦୯/୨୦ (ସନ୍ଧାନ ନିଉଜ) : ବାଖରାବାଦ ଅଞ୍ଚଳର ରାଜେଶ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ଶ୍ୱାସ, ଥଣ୍ଡା,ଜ୍ୱର ଓ କାଶରେ ପୀଡିତ ହୋଇଥିଲେ। ସିଟି ମେଡିକାଲ୍ ଓ ପରେ ଏସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରୁ ଉନ୍ନତମାନର ଚିକିତ୍ସା ନ ପାଇବାରୁ ଷ୍ଟାର୍ ହସ୍ପିଟାଲରେ ଗତ ୩ ଦିନ ତଳେ ଭର୍ତ୍ତି କରିଥିଲେ ପରିବାର ଲୋକେ। ହେଲେ କୋଭିଡ୍ ଟେଷ୍ଟ୍ କରିବା ନିୟମ ଥିବାବେଳେ ରାଜେଶଙ୍କ ପରିବାର ଉଭୟ ସରକାରୀ ଓ ବେସରକାରୀ ରେ କୋଭିଡ୍ ଟେଷ୍ଟ୍ କରାଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୁପକ୍ଷ। ରୋଗୀଙ୍କୁ ତୁରନ୍ତ ଏସସିବି ମେଡିକାଲ୍ କୁ ଆଇସିୟୁରେ ନେବା ପାଇଁ କହିଥିଲେ। ମାତ୍ର ହସ୍ପିଟାଲରେ ଆଇସିୟୁ ଥିବାବେଳେ କର୍ତ୍ତୁପକ୍ଷ ନ ଥିବା ପରିବାର ଲୋକଙ୍କୁ ସିଧାସଳଖ ମନା କରିଦେଲେ। ଯାହା ଫଳରେ ହସ୍ପିଟାଲ କର୍ତ୍ତୁପକ୍ଷ ଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା ରାଜେଶଙ୍କ ଜୀବନ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଲା। ରାଜେଶଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମାଲଗୋଦାମ ଥାନା ପୋଲିସ୍ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲେ।
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



