କଟକ, ୧୬/୦୯/୨୦ (ସନ୍ଧାନ ନିଉଜ) : ବାଖରାବାଦ ଅଞ୍ଚଳର ରାଜେଶ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ଶ୍ୱାସ, ଥଣ୍ଡା,ଜ୍ୱର ଓ କାଶରେ ପୀଡିତ ହୋଇଥିଲେ। ସିଟି ମେଡିକାଲ୍ ଓ ପରେ ଏସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରୁ ଉନ୍ନତମାନର ଚିକିତ୍ସା ନ ପାଇବାରୁ ଷ୍ଟାର୍ ହସ୍ପିଟାଲରେ ଗତ ୩ ଦିନ ତଳେ ଭର୍ତ୍ତି କରିଥିଲେ ପରିବାର ଲୋକେ। ହେଲେ କୋଭିଡ୍ ଟେଷ୍ଟ୍ କରିବା ନିୟମ ଥିବାବେଳେ ରାଜେଶଙ୍କ ପରିବାର ଉଭୟ ସରକାରୀ ଓ ବେସରକାରୀ ରେ କୋଭିଡ୍ ଟେଷ୍ଟ୍ କରାଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୁପକ୍ଷ। ରୋଗୀଙ୍କୁ ତୁରନ୍ତ ଏସସିବି ମେଡିକାଲ୍ କୁ ଆଇସିୟୁରେ ନେବା ପାଇଁ କହିଥିଲେ। ମାତ୍ର ହସ୍ପିଟାଲରେ ଆଇସିୟୁ ଥିବାବେଳେ କର୍ତ୍ତୁପକ୍ଷ ନ ଥିବା ପରିବାର ଲୋକଙ୍କୁ ସିଧାସଳଖ ମନା କରିଦେଲେ। ଯାହା ଫଳରେ ହସ୍ପିଟାଲ କର୍ତ୍ତୁପକ୍ଷ ଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା ରାଜେଶଙ୍କ ଜୀବନ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଲା। ରାଜେଶଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମାଲଗୋଦାମ ଥାନା ପୋଲିସ୍ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲେ।
ତାଜା ଖବର
- ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ୩୦ ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
- ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ବିଜେପି ଜାରି କଲା ୪୦ଟି ଷ୍ଟାର ପ୍ରଚାରକଙ୍କ ତାଲିକା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ବଡ ଗାଁ ବ୍ଲକ ଇତମା ଖଡିଆ ପଡ଼ାର ନଳକୂପ ବହୁଦିନରୁ ଅଚଳ
- କୁଣ୍ଡି କଟକର ବାଇମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ର ପ୍ରସ୍ତୁତି ବୈଠକ
- ଭୁବନେଶ୍ୱର ରେ ଛାତ୍ର ଓ ଛାତ୍ରୀ ଙ୍କୁ ଖଡ଼ି ଛୁଆଁ କଲେ ମୁଖ୍ୟମନ୍ତ୍ରୀ
- ଦତ୍ତପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ କେବେ ? ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବି
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ
- ଗୋଚର ଯାଗାରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମାମଲା ଉଚ୍ଚ ନ୍ୟାୟାଳୟରେ ମାମଲା ଖାରଜ ଗୋଚର ଜାଗାରୁ ୪ ଡିସମିଲ ଜାଗା ମୂର୍ତ୍ତି ସ୍ଥାପନ ପାଇଁ ଯୋଗେଇ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ
- ବହୁବିଧ ସମସ୍ୟା ଦେଇ ଗତି କରୁଛି ଦେୱାନ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ



